Latest Odisha News

BREAKING NEWS

[ଭିଡିଓ] କେନାଲ ପାଣି ଭିତରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଣକୁ ଉଦ୍ଧାର କଲେ ଗ୍ରାମବାସୀ

ସୁବର୍ଣ୍ଣପୁର : କଥାରେ ଅଛି ରଖେ ହରି ତ ମାରେ କିଏ । ପାଣି ଭିତରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଣକୁ ଉଦ୍ଧାର କଲେ ଗ୍ରାମବାସୀ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ନିକଟସ୍ଥ ରେଡେମ କେନାଲ ପାଣିରେ ଏକ ହରଣ ଭାସିଯାଉଥିବା ଗାଁ ଲୋକ ଦେଖିଥିଲେ । ଏହି ସମୟରେ ହରିଣକୁ କୁକୁର ମାନେ ଘେରି ଯାଇଥିଲେ । ହେଲେ ହରିଣଟି ପାଣି ଭିତରୁ ବାହାରିବା ପାଇଁ ବହୁ ଚେଷ୍ଟା କରୁଥିଲା ।କିନ୍ତୁ ବାହାରି ପାରୁନଥିଲା।

ଶେଷରେ ଗାଁ ଲୋକମାନେ ଏକାଠି ହୋଇ ହରିଣକୁ ଉଦ୍ଧାର କରିଥିଲେ । ପରେ ହରିଣଟି ପାଖ ଜଙ୍ଗଲକୁ ଦୌଡି ପଳାଇଥିଲା । ଅନ୍ୟପଟେ ଲୋକମାନେ କହିବା ଅନୁସାରେ ହରିଣଟି ପାଣି ପିଇବା ପାଇଁ ଆସୁଥିବା ବେଳେ ଗୋଡ ଖସିଯିବା କାରଣରୁ ପାଣି ସୁଅ ଭିତରେ ଫସି ଯାଇଥିଲା।

Leave A Reply

Your email address will not be published.