Latest Odisha News

BREAKING NEWS

ପରପାରିରେ ଲେଖକ ରବୀନ୍ଦ୍ରନାଥ ଦାସ

ଭୁବନେଶ୍ୱର : ବିଶିଷ୍ଟ ଲେଖକ ତଥା ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପୂର୍ବତନ ସମ୍ପାଦକ ରବୀନ୍ଦ୍ରନାଥ ଦାସଙ୍କର ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ମୃତ୍ୟୁ ବେଲକୁ ତାଙ୍କୁ  ୮୦ ବର୍ଷ ବୟସ ହୋଇଥିଲା ।

ସ୍ବର୍ଗତଃ ଦାସ ଓଡ଼ିଶାର ଜଣେ ଜଣାଶୁଣା ଗାଳ୍ପିକ ତଥା ନାଟ୍ୟକାର ଥିଲେ । ‘ବିଷଣ୍ଣ ପୃଥିବୀ’ ପୁସ୍ତକ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଏହା ସହ ସାହିତ୍ୟ କୃତି ପାଇଁ ସେ ଅନେକ ସାରସ୍ୱତ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଥିଲେ ।  ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବରେ ମଧ୍ୟ ସେ ପରିଚିତ ଥିଲେ । ତାଙ୍କ ମୃତ୍ୟୁରେ ଓଡ଼ିଆ ସାହିତ୍ୟ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.