Latest Odisha News

BREAKING NEWS

ସଙ୍ଗକାରାଙ୍କ ବିଶ୍ୱରେକର୍ଡ ସହ ସମକକ୍ଷ ହେଲେ ଡି କକ

ଭାଇଜାଗ: ଏଠାରେ ଅନୁଷ୍ଠିତ ଭାରତ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାର କ୍ୱିଂଟନ ଡି କକ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ଦିନିକିଆ କ୍ରିକେଟରେ ସେ ୱିକେଟକିପର ବ୍ୟାଟ୍ସମ୍ୟାନ ଭାବେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ସେ କୁମାର ସଙ୍ଗକାରାଙ୍କ ବିଶ୍ୱରେକର୍ଡ ସହ ସମକକ୍ଷ ହୋଇଛନ୍ତି । ୱିକେଟକିପର ଭାବେ ସଙ୍ଗକାରା ସର୍ବାଧିକ ୨୩ ଶତକ ହାସଲ କରିଥିଲେ । ଏବେ ଡି କକ ମଧ୍ୟ ସମାନ ଶତକ ହାସଲ କରିଛନ୍ତି ।

ଏହି ତାଲିକାରେ ସାଇ ହୋପ ତୃତୀୟ ସ୍ଥାନରେ ରହିଛନ୍ତି । ସେ ୧୯ ଶତକ ମାରିଛନ୍ତି । ଅଷ୍ଟ୍ରେଲିଆର ଆଡାମ ଗିଲକ୍ରିଷ୍ଟ(୧୬), ଇଂଲଣ୍ଡର ଜୋସ ବଟଲର(୧୧) ଓ ଦକ୍ଷିଣ ଆଫ୍ରିକାର ଏବି ଡିଭିଲର୍ସ ୧୦ ଶତକ ମାରିଛନ୍ତି । ଅନ୍ତିମ ଦିିନିକିଆରେ ଡି କକ ମାତ୍ର ୮୦ ବଲରେ ଦ୍ରୁତ ଶତକ ହାସଲ କରିଥିଲେ । ସେ ଓଭରାଲ ୮୯ ବଲରେ ୧୦୬ ରନ କରି ଆଉଟ ହୋଇଥିଲେ । ଏହି ଇନିଂସରେ ସେ ୮ ଚୌକା ଓ ୬ ଛକା ମାରିଥିଲେ ।

Leave A Reply

Your email address will not be published.