Latest Odisha News

ଡି’ଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ: କୋଲକାତା ଆଗରେ ୧୯୫ ରନର ବିଜୟ ଲକ୍ଷ୍ୟ

ସାରଜା : ଚଳିତ ଆଇପିଏଲର ୨୮ତମ ମ୍ୟାଚରେ ଏବି ଡି’ଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ଓ ଅନ୍ୟମାନଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୯୫ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ଡି’ଭିଲିୟର୍ସ ବିସ୍ଫୋରକ ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ମାତ୍ର ୩୩ଟି ବଲ ଖେଳି ୬ ଛକା, ୫ ଚୌକା ସହ ୭୩ ରନ,  କୋହଲି ୨୮ ବଲ ଖେଳି ୩୩ ରନ କରି ଅପରାଜିତ ରହିଥିଲେ । ବାଙ୍ଗାଲୋର ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨ ଉଇକେଟ ବିନିମୟରେ ୧୯୪ ରନ କରିଥିଲା ।

ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦୁଇ ଓପନର ଆରୋନ ଫିଞ୍ଚ୍ ଓ ଦେବଦତ୍ତ ପଡିକଲ୍ଲ ପ୍ରଥମ ଓ୍ବିକେଟରେ ୬୭ ରନର ପାର୍ଟନରସିପ କରିଥିଲେ । ପିଞ୍ଚ୍ ୪୭ ରନ କରିଥିବାବେଳେ ପଡିକଲ୍ଲ ୩୨ ରନ କରିଥିଲେ ।

Leave A Reply

Your email address will not be published.