Latest Odisha News

BREAKING NEWS

ଗୁଗୁଲ ଭାଙ୍ଗିଦେବ କୋହଲିଙ୍କ ସଂସାର !

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା । ବ୍ୟାଣ୍ଡ୍ ବାଜା ବାରାତ୍‌, ପିକେ, ସୁଲତାନ, ସଂଜୁ, ସୁଇ ଢାଗାରେ ନିଜ ଅଭିନୟର ଯାଦୁ ଦେଖାଇ ଫ୍ୟାନମାନଙ୍କ ଅତି ପ୍ରିୟ ଅନୁଷ୍କା ଆଫଗାନ କ୍ରିକେଟର ରସିଦ ଖାନଙ୍କ ପତ୍ନୀ । ଏହା ଆମେ କହୁନୁ ଗୁଗୁଲ ବାବା କହୁଛନ୍ତି । ଆପଣ ଯଦି ଗୁଗୁଲରେ ରସିଦ ଖାନଙ୍କ ପତ୍ନୀଙ୍କ ନାମ ପଚାରିବେ ତେବେ ଉତ୍ତର ଆସୁଛି ଅନୁଷ୍କା ଶର୍ମା ।

ଏହା ଶୁଣିବାକୁ ଟିକିଏ ଅଡୁଆ ଲାଗିପାରେ । କିନ୍ତୁ ରସିଦ ଖାନଙ୍କ ସମ୍ପର୍କରେ ଗୁଗୁଲ ଏହା ହିଁ ତଥ୍ୟ ଦେଉଛି । ଏହି ତଥ୍ୟ ଅନୁଯାୟୀ ଅନୁଷ୍କା ରସିଦଙ୍କ ପତ୍ନୀ ଓ ସେମାନେ ୨୦୧୭ ମସିହା ଡିସେମ୍ବର ୧୧ତାରିଖରେ ବିବାହ କରିଛନ୍ତି ।

ଏବେ ମନରେ ପ୍ରଶ୍ନ ଉଠୁଛି ଗୁଗୁଲରେ ଏମିତି ତଥ୍ୟ କେମିତି ଆସିଲା । ମିଳିଥିବା ସୂଚନା ଅନୁଯାୟୀ, ୨୨ ବର୍ଷୀୟ କ୍ରିକେଟର ରସିଦ ଇନଷ୍ଟାଗ୍ରାମ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ତାଙ୍କ ପ୍ରିୟର ଅଭିନେତ୍ରୀଙ୍କ ନାମ ପଚରା ଯାଇଥିଲା । ଯେଉଁଥିରେ ସେ ଉତ୍ତର ଦେଇଥିଲେ ଅନୁଷ୍କା ଶର୍ମା ଓ ପ୍ରୀତି ଜିଣ୍ଟା । ଏହାକୁ ନେଇ ଗୁଗୁଲରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଆଉ ଫଳ ସ୍ୱରୂପ ରସିଦଙ୍କ ପତ୍ନୀଙ୍କ ସ୍ଥାନରେ ଉଲ୍ଲେଖ କରିଦେଇଛି ଅନୁଷ୍କା ଶର୍ମାଙ୍କ ନାଁ ।

ଏଠାରେ ଆମେ କହି ରଖୁଛୁ ୨୨ ବର୍ଷୀୟ ରସିଦ ଅବବିବାହିତ । ସେ ଏବେ ଆଫଗାନିସ୍ତାନ କ୍ରିକେଟ ଟିମର ଉପଅଧିନାୟକ ଅଛନ୍ତି । ସେପଟେ ଅନୁଷ୍କା ଶର୍ମା ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ତିନି ବର୍ଷ ପୂର୍ବେ ବିବାହ କରିଛନ୍ତି ।

Leave A Reply

Your email address will not be published.