Latest Odisha News

BREAKING NEWS

କୋହଲି ଖୁବ ଶୀଘ୍ର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବେ ବୋଲି କହିଲେ ଡିଭିଲର୍ସ

ମୁମ୍ବାଇ: ଅନୁଷ୍କା ଶର୍ମା ଗର୍ଭବତୀ ଥିବା ନେଇ ଏବେ କିଛି ମାସ ଧରି ଗଣମାଧ୍ୟମରେ ଖବର ପ୍ରକାଶ ପାଇ ଆସୁଛି । ତେବେ ଏହାର ସତ୍ୟତା ନେଇ କେହି ଦୃଢ଼ ଭାବରେ କହି ପାରୁ ନାହାନ୍ତି । ତେବେ ଶନିବାର ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା କୋହଲିଙ୍କ ପ୍ରିୟ ବନ୍ଧୁ ଏବି ଡିଭିଲର୍ସ ଏହାର ଖୁଲାସା କରିଛନ୍ତି । ସେ କହିଛନ୍ତି ଉଭୟ କୋହଲି ଏବଂ ଅନୁଷ୍କା ଖୁବ କମ ଦିନ ମଧ୍ୟରେ ସେମାନଙ୍କ ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବେ । କୋହଲି ଏବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚରୁ ଓହରି ଯାଇଛନ୍ତି । କୋହଲି ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ସିରିଜରୁ ଏ ପର୍ଯ୍ୟନ୍ତ ଦୂରେଇ ରହିଛନ୍ତି ।

ଅନୁଷ୍କାଙ୍କ ପାଖରେ ଅଧିକରୁ ଅଧିକ ସମୟ ରହିବା ପାଇଁ ସେ ଏହି ନିଷ୍ପତି ନେଇଛନ୍ତି । ଡିଭିଲର୍ସଙ୍କ ବୟାନ ପରେ କୋହଲି ଓ ଅନୁଷ୍କାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ୨୦୧୭ରେ କୋହଲି ଓ ଅନୁଷ୍କା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସେମାନଙ୍କ ଭାମିକା ନାମକ କନ୍ୟା ସନ୍ତାନ ଅଛି । ଅନୁଷ୍କା ପ୍ରଥମ ଥର ଗର୍ଭବତୀ ହେବା ବେଳେ କୋହଲି ତାଙ୍କ ସହିତ ରହିବା ପାଇଁ ସିରିଜ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ ।

Leave A Reply

Your email address will not be published.