Latest Odisha News

BREAKING NEWS

ପାରା ଆଥଲେଟ ସୁବର୍ଣ୍ଣା ରାଜଙ୍କୁ ଫ୍ଲାଇଟରେ ମିଳିଲାନି ହ୍ୱିଲଚେୟାର

ନୂଆଦିଲ୍ଲୀ: ଭାରତୀୟ ପାରା ଆଥଲେଟ ସୁବର୍ଣ୍ଣା ରାଜଙ୍କୁ ଏୟାରଲାଇନ୍ସର କ୍ରୁ ମେମ୍ବର୍ସ ଖରାପ ବ୍ୟବହାର କରିଛନ୍ତି । ସୁବର୍ଣ୍ଣାଙ୍କ ଅଭିଯୋଗ ଅନୁସାରେ ସେ ବାରମ୍ବାର ତାଙ୍କ ହ୍ୱିଲଚେୟାର ମାଗିଥିଲେ ମଧ୍ୟ କେହି ଗୁରୁତ୍ୱ ଦେଇ ନ ଥିଲେ । ସେ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ବେଳେ ଏହି ଘଟଣା ଘଟିଛି । ମୁଁ ମୋର ସୁବିଧା ଅନୁସାରେ ସ୍ୱତନ୍ତ୍ର ଭାବେ ହ୍ୱିଲ ଚେୟାର ପ୍ରସ୍ତୁତ କରିଛି । ଏଥିପାଇଁ ମୋତେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ସେମାନେ ମୋ ହ୍ୱିଲଚେୟାର ଖରାପ କରି ଦେଇଛନ୍ତି । ଯେତେ ବୁଝାଇଲେ ମଧ୍ୟ ସେମାନେ ମୋ ହ୍ୱିଲଚେୟାରକୁ ଅନ୍ୟ ଲଗେଜ ସହ ନେଇଥିଲେ । ନାଗପୁରରେ ଜନ୍ମିତ ସୁବର୍ଣ୍ଣା ୨ ବର୍ଷ ବୟସରେ ପୋଲିଓରେ ଆକ୍ରାନ୍ତ ହୋଇ ପଡିଥିଲେ । ସେବେଠାରୁ ସେ ହ୍ୱିଲଚେୟାରରେ ରହିଛନ୍ତି ।

୨୦୨୩ ଖେଲୋ ଇଣ୍ଡିଆ ପାରା ଗେମ୍ସରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୧୪ ଏସିଆନ ଗେମ୍ସରେ ସେ ୨ଟି ପଦକ ଓ ୨୦୧୩ ଥାଇଲାଣ୍ଡ ପାରା ଟେବୁଲ ଟେନିସରେ ମଧ୍ୟ ୨ଟି ପଦକ ହାସଲ କରିଥିଲେ । ଶଟପୁଟ, ଡିସକସ ଥ୍ରୋ, ଜ୍ୟାଭେଲିନ, ଟେବୁଲ ଟେନିସ ଓ ଆଥଲେଟିକ୍ସରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ତାଙ୍କ ପ୍ରତି ଏ ଭଳି ବ୍ୟବହାର ନେଇ କ୍ରୀଡାପ୍ରେମୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.