Latest Odisha News

BREAKING NEWS

ଚିନ୍ତା ବଢ଼ାଉଛି ଲୋକାଲ୍ କେସ, ୭ ଦିନରେ ୧୪୮୧ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ମାଡ଼ି ମାଡ଼ି ଚାଲିଛି । ୧୮ ହଜାର ଡେଇଁଲାଣି ସଂକ୍ରମିତଙ୍କ ସଂଖ୍ୟା । ଗଞ୍ଜାମ ଜିଲ୍ଲାରେ ସ୍ଥିତି ସଙ୍ଗୀନ । ଖୋର୍ଦ୍ଧା, କଟକ, ଯାଜପୁରରେ କାୟା ବିସ୍ତାର କରୁଛି କରୋନା । ଜୁଲାଇରେ ଟେନସନ୍ ହୋଇଛି ଲୋକାଲ କେସ । ପ୍ରତିଦିନ ଗଣ୍ଡା ଗଣ୍ଡା ଲୋକାଲ୍ କଣ୍ଟାକ୍ଟ କେସ୍ ସାମନାକୁ ଆସୁଛି ।
ସାତ ଦିନରେ ୪ ହଜାର ପଜିଟିଭ୍
ଗସ୍ତ ସପ୍ତାହେ ଭିତରେ ରାଜ୍ୟରେ ଭୂତାଣୁ ସଂକ୍ରମିତ ହୋଇଛନ୍ତି ୪ ହଜାରରୁ ଅଧିକ ଲୋକ । ଜୁଲାଇ ୧୩ ତାରିଖରେ ଓଡ଼ିଶାରେ ପଜିଟିଭ୍ କେସ୍ ଥିଲା ୧୩ ହଜାର ୨୮୦ ଥିଲା । ଆଜି ଭିତରେ ସଂଖ୍ୟା ବଢ଼ି ୧୮ ହଜାର ୧୧୦ରେ ପହଞ୍ଚିଛି ।
ସାତ ଦିନର ରିପୋର୍ଟ (ଜୁଲାଇ୧୩-୧୯)

ଏହି ସାତ ଦିନରେ କ୍ୱାରେଣ୍ଟାଇନରୁ ୨ ହଜାର ୮୮୭ ଜଣ କୋଭିଡ୍ ପଜିଟିଭ୍ ବାହାରିଛନ୍ତି । ବାକି ୧ ହଜାର ୪୮୬ଟି ଲୋକାଲ୍ କେସ ରହିଛି । ଅର୍ଥାତ ସପ୍ତାହେ ଭିତରେ ଯେତିକି ସଂକ୍ରମିତ ହୋଇଛନ୍ତି ତାର ୩୬ ପ୍ରିତଶତ ଲୋକାଲ୍ କେସ୍ ।

ଲୋକାଲ୍ କଣ୍ଟାଣ୍ଟ କେସ୍ ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି । ଯେତେ ସଚେତନ କରାଇବେ ବି କିଛି ଅମାନିଆ । ସଟଡାଉନ୍ ଓ ଲକଡାଉନ ବେଳେ ବି ବେଧଡକ ବାହାରେ ବୁଲୁଛନ୍ତି । କେଉଁଠି କେତେବେଳେ କରୋନା କଟକଣା ନମାନି ଲୋକ ବିବାହ ଆୟୋଜନ କରୁଛନ୍ତି ତ କେଉଁଠି ଜନ୍ମଦିନ । ସାମାଜିକ ଦୂରତା ରହୁନି । ମାସ୍କେକ ବି ପିନ୍ଧୁ ନାହାନ୍ତି ଅନେକ ? ଆଉ କେବେ ସୁଧୁରିବେ ଲୋକ ? ନହେଲେ ନେଡି ଗୁଡ଼ କହୁଣୀକୁ ବୋହିଗଲା ପରେ ଆଉ କିଛି ନଥିବ ।

Leave A Reply

Your email address will not be published.