ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଭରତପୁର ପୁଲିସ ସୀମା ଅନ୍ତର୍ଗତ ଖଣ୍ଡଗିରି ବରୀ ଅଞ୍ଚଳରୁ ମଙ୍ଗଳବାର ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତକଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ମୃତ ମହିଳା ଜଣକ ତାଙ୍କ ସାନ ପୁଅ ଓ ବୋହୂଙ୍କ ସହ ଖଣ୍ଡଗିରି ବରୀ ଅଞ୍ଚଳରେ ରହୁଥିଲେ। ବୃଦ୍ଧାଙ୍କ ପାଟି ଶୁଣି ପଡୋଶୀମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଭରତପୁର ଥାନା ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ମୃତ ଅବସ୍ଥାରେ ଓ ବୋହୂଙ୍କୁ ଅଚେତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ବୋହୂକୁ ଉଦ୍ଧାର କରି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି।
ଘଟଣା ସମ୍ପର୍କରେ ସୂଚନା ଦେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି, “ଖବର ପାଇ ଭରତପୁର ଥାନାରୁ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଆମେ ତଦନ୍ତ ଆରମ୍ଭ କରିଛୁ।”
Comments are closed.