Latest Odisha News

BREAKING NEWS

ମହାନଦୀରୁ ଉଦ୍ଧାର ହେଲା ଅଜଣା ବ୍ୟକ୍ତିଙ୍କ ମୃତଦେହ

କଟକ : ମହାନଦୀରୁ ଉଦ୍ଧାର ହେଲା ଅଜଣା ବ୍ୟକ୍ତିଙ୍କ ମୃତଦେହ । ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ, ବୟସ ପାଖାପାଖି ୪୦ରୁ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ଆଜି ମଧ୍ୟାହ୍ନ ସମୟରେ କଟକ ହରିଣ ପାର୍କ ନିକଟ ମହାନଦୀ କୂଳରେ ଏକ ଅଚିହ୍ନା ଶବ ଭାସୁଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ପରେ ଏନେଇ ଦମକଳ ବାହିନୀକୁ ଖବର ଦେଇଥିଲେ । ମୃତ ବ୍ୟକ୍ତିଙ୍କୁ କିଏ ହତ୍ୟା କରିଛି ନା ସେ ଆତ୍ମହତ୍ୟା କରିଛନ୍ତି, ସେନେଇ ତଦନ୍ତ କରୁଛି ବିଡାନାସୀ ଥାନା ପୋଲିସ୍ । ଏହାସହ ମୃତ ଯୁବକଙ୍କ ପରିଚୟ ଖୋଜୁଛି ପୋଲିସ ।

Leave A Reply

Your email address will not be published.