Latest Odisha News

BREAKING NEWS

ରେଳ ଷ୍ଟେସନରେ ଟଚ୍- ଫ୍ରି ହେବ ଟିକେଟ୍ ଚେକିଂ

ଭୁବନେଶ୍ବର : କୋଭିଡ ମହାମାରୀ ସମୟରେ ଯାତ୍ରୀଙ୍କ ନିରାପଦ ସ୍କ୍ରିନିଂକୁ ନିଶ୍ଚିତ କରିବା ପାଇଁ ରେଳ ବାଇର ପଦକ୍ଷେପ । ଯାତ୍ରୀ ଓ କର୍ତ୍ତବ୍ୟରତ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ସହ ରେଳ ଷ୍ଟେସନରେ କେବଳ ଅଧିକୃତ ଯାତ୍ରୀମାନେ ପ୍ରବେଶ କରୁଛନ୍ତି କି ନାହିଁ ତାହା ଯାଞ୍ଚ କରିବା ପାଇଁ ନିଆଯାଇଛି ନିଆରା ପଦକ୍ଷେପ । ଯାତ୍ରୀ ରେଳ କର୍ତ୍ତୃପକ୍ଷଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ରେଳ ଷ୍ଟେସନରେ ସ୍ଥାପିତ ହୋଇଛି ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଏବଂ ପରିଚାଳନା ଆକ୍ସେସ୍ (ଏଟିଏମ୍ଏ) ସିଷ୍ଟମ । ଏଟିଏମଏ ବା ଆତ୍ମା ସିଷ୍ଟମ ଦ୍ବାରା ଯାତ୍ରୀଙ୍କ ତାପମାତ୍ରା ପାଇଁ ଫଳପ୍ରଦ ସ୍କ୍ରିନିଂ ଏବଂ ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟରେ କର୍ମଚାରୀଙ୍କ ଦ୍ବାରା ନିରାପଦ ଦୂରତାରୁ ଟିକେଟ୍ ଯାଞ୍ଚ କରିବାରେ ସହାୟତା କରିବ ।

ବିଶେଷକରି ଯେଉଁମାନେ ଇ-ଟିକେଟଧାରୀ, ସେମାନଙ୍କ ପାଇଁ ମୁଖ୍ୟତଃ କାମ କରିବ ୪ଟି ମେସିନ । ଟିକେଟର ବାରକୋଡକୁ ଏହି ମେସିନ କ୍ୟାମେରା ସ୍କାନ କରି ଟିକେଟ କନଫର୍ମ ହୋଇଛି କି ନାହିଁ ଏବଂ ଟିକେଟର ସମସ୍ତ ବିବରଣୀ ଜଣାଇବ । ଏହାସହ ସଂପୃକ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରିବ । ଯାତ୍ରୀ ଜଣକ ମାସ୍କ ପିନ୍ଧିଛନ୍ତି କି ନାହିଁ ତାହା ମଧ୍ୟ ଏହି ମେସିନ ସ୍କାନ କରି ଜଣାଇବ । ଏହା ସମ୍ପୂର୍ଣ ଟଚ୍‌ ଫ୍ରି ସିଷ୍ଟମ । ପାରାଦୀପ ଫସପେଟ୍ ଲିମିଟେଡ୍ ବା ପିପିଏଲ୍ ପକ୍ଷରୁ ଏହି ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଓ ପରିଚାଳନା ଆକ୍ସେସ୍ (ଏଟିଏମ୍ଏ) ସିଷ୍ଟମ ଯୋଗାଇ ଦିଆଯାଇଛି । ଆଗକୁ ଆଉ ଏକ ଏଟିଏମ୍ଏ ସିଷ୍ଟମ ପୁରୀ ରେଳ ଷ୍ଟେସନ ଓ ଯାଜପୁର-କେନ୍ଦୁଝର ରୋଡ ଷ୍ଟେସନରେ ସ୍ଥାପନ କରାଯିବ ।

Leave A Reply

Your email address will not be published.