Latest Odisha News

BREAKING NEWS

ଚନ୍ଦ୍ରଗିରି ଜଙ୍ଗଲରେ ମାଟି ତଳୁ ବାହାରିଲା ହାତୀ ମୃତଦେହ

ଭୁବନେଶ୍ୱର: ଜଙ୍ଗଲରେ ହାତୀ ମାରି ପୋତି ଦେଲେ ଦୁବୃର୍ତ । ମାଟି ତଳୁ ମିଳିଲା ହାତୀର ଗଳିତ ମୃତ ଦେହ । କଟକ ଗୋପପୁର ସେକ୍ସନ ଚନ୍ଦ୍ରଗିରି ଜଙ୍ଗଲରେ ବନ ବିଭାଗ ଏସଟିଏଫ ମାଟି ଖୋଳି ହାତୀର ମୃତଦେହ କାଢ଼ିଛି । ଦୁଇଟି ହାତୀଙ୍କୁ ହତ୍ୟା କରି ପୋତି ଦିଅଯାଇଥିବା ସନ୍ଦେହ କରି ତଦନ୍ତ କରୁଥିଲା ଏସଟିଏଫ୍ ।

ଏସପିି ବିଳାସିନୀ ନାୟକଙ୍କ ନେତୃତ୍ୱରେ ୮ ଜଣିଆ ଏକ ଟିମ୍ ଗୋପପୁର ରେଞ୍ଜରେ ଚନ୍ଦ୍ରଗିରି ପାହାଡ଼ ନିକଟରେ ଖୋଳତାଡ଼ କରିଥିଲେ । ବଡ଼ମ୍ବା ରେଞ୍ଜର ସୁରେଶ କୁମାର ଷଡ଼ଙ୍ଗୀ ଓ ବିଭିଓ ମଧୁସୂଦନ ଦାସଙ୍କ ଉପସ୍ଥିତିରେ ଜେସିବି ସାହାଯ୍ୟରେ ଖୋଳାଯାଇଥିଲା ।

ହାତୀଟିକୁ କିଛି ଦିନ ଭିତରେ ମାରି ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି । ଜେସିବିରେ ଖୋଳାଯିବା ସମୟରେ ହାତୀ ର ଖଣ୍ଡ ବିଖଣ୍ଡିତ ମୃତ ଦେହ ଦେଖିବାକୁ ମିଳିଥିଲା । ଦୁଇଟି ସ୍ଥାନକୁ ସନ୍ଦେହ କରାଯାଇଥିବା ବେଳେ ଅନ୍ୟ ସ୍ଥାନଟିରେ ଖୋଳତାଡ଼ ଜାରି ରହିଛି । ବଡ଼ମ୍ବା ତହସିଲର କନିଷ୍ଠ ରାଜସ୍ୱ ସହାୟକ ସାକ୍ଷୀ ରୂପେ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.