Latest Odisha News

BREAKING NEWS

ତୁର୍କୀ ନାଁ ବଦଳି ହେଲା ତୁର୍କିୟେ

ଅଙ୍କରା: ଦୀର୍ଘ ଦିନର ଉଦ୍ୟମ ଫଳରେ ତୁର୍କୀ ନାମ ବଦଳିବା ସମ୍ଭବପର ହୋଇଛି । ଗୁରୁବାର ୟୁନାଇଟେଡ ନେଶନରେ ତୁର୍କୀର ନୂତନ ନାମ ତୁର୍କିୟେକୁ ମଂଜୁରୀ ପ୍ରଦାନ କରିଛି । ୟୁଏନ ସକ୍ରେଟାରୀ ଆଟୋଂନିୟୋ ଗଚଟରେସ ତୁର୍କୀର ବୈଦେଶିକ ବ୍ୟାପାର ମନ୍ତ୍ରୀ ମେବଲୁତ କାବସୋଲଗୁଙ୍କୁ ପତ୍ର ଲେଖି ଜଣାଇଥିଲେ ଯେ, ଏଥର ତୁମ ଦେଶର ନାମ ତୁର୍କିୟେ ବିଧିବଦ୍ଧ ଭାବେ ହୋଇଗଲା । ଟର୍କି ଏବଂ ତୁର୍କୀ ସେଠାକାର ସ୍ଥାନୀୟ ଭାଷାରେ ନକାରାତ୍ମକ ଶବ୍ଦକୁ ବୁଝାଏ । ୧୯୨୩ରେ ଦେଶ ସ୍ୱାଧୀନ ହେବା ପରଠାରୁ ନାଗରିକମାନେ ଏହାକୁ ତୁର୍କିୟେ ବୋଲି ଉଚ୍ଚାରଣ କରି ଆସୁଥିଲେ ।

ରାଷ୍ଟ୍ରପତି ରିସପେ ତୈୟପ ଏର୍ଦୋଆନ ତୁର୍କୀ ନାମ ବଦଳାଇବାକୁ ପ୍ରବଳ ଉଦ୍ୟମ କରିଥିଲେ । ଗତବର୍ଷଠାରୁ କାଗଜ ପତ୍ରରେ ତୁର୍କୀ ସ୍ଥାନରେ ତୁର୍କିୟେ ଲେଖାଯିବା ଆରମ୍ଭ ହୋଇ ସାରିଥିଲ । ଏବେ ଏହାକୁ ମାନ୍ୟତା ମିଳିଯାଇଥିବାରୁ ଦେଶରେ ଖୁସିର ଲହରୀ ଖେଳିଯାଇଛି । ତୁର୍କୀର ଅନେକ ଅର୍ଥ ଅଛି । ଏହାକୁ ଇଂରାଜୀରେ ଟର୍କି କୁହାଯାଏ ଯାହାର ଅର୍ଥ ମୂର୍ଖ । ଏହି ଶବ୍ଦକୁ ବିଫଳତା କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇଥାଏ । ତୁର୍କୀ ଭାଷା ଅନୁସାରେ ତୁର୍କିୟେ ଏହାର ପ୍ରକୃତ ଶବ୍ଦ ।

Leave A Reply

Your email address will not be published.