Latest Odisha News

ଏମ୍‌କେସିଜିରେ କାର୍ଯ୍ୟକ୍ଷମ ହେବ ୫୪ ଆଇସିୟୁ ଶଯ୍ୟା

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଆଉ ୫୪ଟି ଆଇସିୟୁ ଶଯ୍ୟା କାର୍ଯ୍ୟକ୍ଷମ ହେବ। ଏଗୁଡ଼ିକ ସୁପରସ୍ପେସିଆଲିଟି କୋଠାରେ କାର୍ଯ୍ୟକ୍ଷମ କରାଯିବ । ପୂର୍ବରୁ ମେଡ଼ିସିନ ବିଭାଗରେ ୨୦ଟି ଆଇସିୟୁ ଶଯ୍ୟା ରହିଥିଲା । କିନ୍ତୁ ବର୍ତ୍ତମାନ ମେଡ଼ିସିନ ବିଭାଗ କୋଠାର ମରାମତି କାର୍ଯ୍ୟ ହେବାକୁ ଥିବା ଯୋଗୁ ସେହି ୨୦ଟି ଶଯ୍ୟା ସୁପରସ୍ପେସିଆଲିଟି କୋଠାକୁ ସ୍ଥାନାନ୍ତର ହେବ ।

ଏମକେସିଜିରେ ନୂତନ ଭାବେ ୪ ଜଣ ନିଶ୍ଚେତକ( ଆନେସ୍ଥେସିଆ) ବିଭାଗ ପିଜି ଡାକ୍ତର ନିଯୁକ୍ତି ହେବା ପରେ ଏଦିଗରେ ପଦକ୍ଷେପ ନିଆଯାଇଥିବା ଅଧ୍ୟକ୍ଷ ପ୍ରଫେସର ଅବନୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ତେବେ ସୁପରସ୍ପେସିଆଲିଟି କୋଠାରେ ଆଇସିୟୁ ଖୋଲିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅଧୀକ୍ଷକଙ୍କ ସମେତ ମେଡିସିନି, ଆନେସ୍ଥେସିଆ, ହାର୍ଟ ଓ ସର୍ଜରୀ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ଚିଠି କରାଯାଇଛି ।

Leave A Reply

Your email address will not be published.