ଗଞ୍ଜାମ: କରୋନା ଭୟ । ମରିଗଲା ମାନବିକତା । ଶବକୁ ମିଳିଲାନି କାନ୍ଧ । ଆମ୍ବୁଲାନ୍ସରୁ ଶବକୁ ଘୋଷାଡି ଘୋଷାଡି ନେଲେ ସମ୍ପର୍କିୟ । ମୃତ୍ୟୁ ପରେ କରୋନା ଭୟରେ ପାଖ ମାଡିଲେନି ଗାଁ ଲୋକେ । ଏଭଳି ଏକ ହୃଦକ ବିଦାରକ ଚିତ୍ର ଦେଖିବାକୁ ମିଳିଛି ଗଂଜାମ ଜିଲ୍ଳା କବିସୂର୍ୟ୍ୟନଗରରେ ।
କବିସୂର୍ୟ୍ୟନଗର ଖରଡା ସାହିର ଜଣେ ଯୁବକ ଗତ ଦଶ ଦିନ ହେଲା ଜ୍ୱରରେ ପିଡିତ ଥିଲେ । ଏହାପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ତାନାନ୍ତରିତ କରାଯାଇଥିଲା । ତେବେ ଆମ୍ବୁଲାନ୍ସ ଭିତରେ ହିଁ ତାଙ୍କର ମୃତ୍ୟୁ ହେବା ପରେ ତାଙ୍କ ଶବକୁ ସାହିକୁ ଫେରାଇ ନିଆଯାଉଥିଲା । ହେଲେ କରୋନା ଭୟରେ କେହି ଶବ ପାଖକୁ ଆସିନଥିଲେ । ଫଳରେ ସମ୍ପର୍କୀୟ ତାଙ୍କୁ ଟାଣି ଟାଣି ନେଇଥିଲେ । ଶେଷରେ ପୋଲିସ ପ୍ରଶାସନ ପକ୍ଷରୁ ଜେସିବି ସାହାଯ୍ୟରେ ନଦୀ ତଟରେ ଶବକୁ ପୋତି ଦିଆଯାଇଥିଲା । ଏପରିକି ସଂସ୍କାର ହେବା ପାଇଁ ସାହି କୁଟୁମ୍ବ ମଧ୍ୟ କେହି ଆସିନଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
BREAKING NEWS
- Dzukou valley: ମଣିପୁର ଜଙ୍ଗଲରେ ନିଆଁ;ବାୟୁସେନାର ହେଲିକପ୍ଟର ୪୦ହଜାର ଲିଟର ପାଣିର କଲାଣି ବର୍ଷା
- Ganja Seized: ୮୦ କେଜି ଗଞ୍ଜେଇ ଜବତ, ବନ୍ଧାହେଲା ଅଭିଯୁକ୍ତ
- Sushila Tiriya: ପୂର୍ବତନ ସାଂସଦ ସୁଶୀଳା ତିରିଆଙ୍କ ପରଲୋକ
- Budget 2026: ଜନଜାତିଙ୍କ କଲ୍ୟାଣ ପାଇଁ ଏକ ପରିବର୍ତ୍ତନଶୀଳ ବଜେଟ୍…ଓଡ଼ିଶାକୁ ଲାଭବାନ କରିବ: ଜୁଏଲ ଓରାମ
- Builder: ବିଲଡର ସଂସ୍ଥା ମାଲିକ ଗିରଫ; ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ
- ଟି୨୦ ବିଶ୍ୱକପ: ଭାରତ ସହ ଖେଳିବନି ପାକିସ୍ତାନ
- ଦିଗହୀନ ବଜେଟ୍; କେନ୍ଦ୍ରୀୟ ବଜେଟ୍ ୨୦୨୬କୁ କଡ଼ା ସମାଲୋଚନା କଲେ ବିରୋଧୀ ନେତା…
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
- ପ୍ରଫେସର ଶିବବ୍ରତ ଦାସ ବିଶ୍ୱଭାରତୀ ସଂସଦର ସଦସ୍ୟ ମନୋନୀତ
Comments are closed.