Latest Odisha News

BREAKING NEWS

ଆଇସିସି ଅଧ୍ୟକ୍ଷ ପଦରୁ ଶଶାଙ୍କ ମନୋହରଙ୍କ ଇସ୍ତଫା

ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ୍ (ଆଇସିସି) ଅଧ୍ୟକ୍ଷ ପଦର କାର୍ଯ୍ୟକାଳ ଶେଷ ହେବା ପରେ ଶଶାଙ୍କ ମନୋହର ବୁଧବାର ଇସ୍ତଫା ଦେଇଛନ୍ତି । ସେ ଏହି ପଦରେ ୨ ବର୍ଷ ପର୍ଯ୍ୟନ୍ତ ରହିଥିଲେ । ଡେପୁଟି ଚେୟାରମ୍ୟାନ୍ ଇମ୍ରାନ ଖ୍ବାଜାଙ୍କୁ ନିର୍ବାଚନ୍ ପର୍ଯ୍ୟନ୍ତ ଅନ୍ତରୀଣ ଅଧ୍ୟକ୍ଷ କରାଯାଇଛି । ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ମନୋହର କାର୍ଯ୍ୟକାଳ ବଢାଇବାକୁ ଚାହୁଁ ନ ଥିଲେ ।

ଇଂଲଣ୍ଡ ଓ ଓ୍ବେଲସ୍ କ୍ରିକେଟ ବୋର୍ଡର ମୁଖ୍ୟ କୋଲିନ୍ ଗ୍ରାଭେସ୍ ତାଙ୍କର ସ୍ଥାନ ଗ୍ରହଣ କରିବେ । ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଓ୍ବେଷ୍ଟଇଣ୍ଡିଜ୍ ଗ୍ରୋଭେସ୍ ଦାବିଦାରୀ ପକ୍ଷରେ ରହିଛନ୍ତି । ଭାରତୀୟ ବୋର୍ଡ ସହିତ ତାଙ୍କର ମଧ୍ୟ ଭଲ ସମ୍ପର୍କ ରହିଛି । ତେବେ ବିସିସିଆଇ ଖୋଲାଖୋଲି ଭାବରେ ତାଙ୍କର ଦାବିଦାରୀକୁ ସମର୍ଥନ କରିନି । କୁହାଯାଉଛି ଯେ, ମନୋହରଙ୍କ ତୁଳନାରେ ଗ୍ରାଭେସଙ୍କ ସହିତ ବିସିସିଆଇର ସମ୍ପର୍କ ଭଲ ରହିବ । ଖୁବ୍ ଶୀଘ୍ର ଅଧ୍ୟକ୍ଷ ପଦକୁ ନେଇ ନିର୍ବାଚନ ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.