Latest Odisha News

BREAKING NEWS

ବାବା ରାମଦେବଙ୍କ କରୋନିଲ ଔଷଧ ବଜାରରେ ବିକ୍ରି ହେବ କିନ୍ତୁ କରୋନା ମେଡିସିନି ଭାବେ ନୁହେଁ : ଆୟୂଷ ମନ୍ତ୍ରଣାଳୟ

ହରିଦ୍ୱାର: କେନ୍ଦ୍ରୀୟ ଆୟୁଷ ମନ୍ତ୍ରାଳୟ ପୁଣି ଥରେ ଆଜି ସ୍ପଷ୍ଟ କରିଛି ଯେ ଯୋଗ ଗୁରୁ ବାବା ରାମଦେବଙ୍କ କୋରୋନିଲ୍ ଇମ୍ୟୁନିଟି ବୁଷ୍ଟର ହିସାବରେ ବିକ୍ରି ହେବ । କିନ୍ତୁ କରୋନାର ଚିକିତ୍ସା ଭାବେ ଏହି ମେଡିସିନ୍ ବିକ୍ରି ହେବନି । କୋରୋନିଲ୍ ଉପରେ ଆଇନ୍ ଅନୁସାରେ ହିଁ କାମ କରାଯାଇଛି । ଆୟୁଷ ମନ୍ତ୍ରାଳୟ ତାଙ୍କ କାମକୁ ନେଇ ପ୍ରଶଂସା କରିଥିବା ରାମଦେବ କହିଛନ୍ତି । କୋରୋନିଲ୍ ଉପରେ ଏବେ କିଛି ବିବାଦ ନଥିବା ମଧ୍ୟ ସେ କହିଛନ୍ତି। ରାମଦେବ କହିଛନ୍ତି କି ରିସର୍ଚ୍ଚ ସହିତ ଜଡିତ ପ୍ରମାଣପତ୍ର ଆୟୁଷ ମନ୍ତ୍ରାଳୟକୁ ପ୍ରଦାନ କରାଯାଇଥିଲା ।

ରୋଗମୁକ୍ତ ସମାଜ ଗଠନ କରିବା ଯଦି ଅପରାଧ ତେବେ ମୁଁ ନିଶ୍ଚୟ କରିବି । ମୋ ଜାତି ଓ ଧର୍ମକୁ ନେଇ ଖରାପ ବାତାବରଣ ସୃଷ୍ଟି କରିବା ପାଇଁ ଚେଷ୍ଟା କରାଯାଇଛି । ମୋ ବିରୁଦ୍ଧରେ ସାରା ଦେଶରେ ଏଫଆଇଆର୍ କରାଯାଉଛି । କେବଳ କରୋନା ନୁହେଁ ଅନ୍ୟ ୧୦ ରୁ ଅଧିକ ରୋଗ ଉପରେ ଆମେ ଟ୍ରାଏଲ କରୁଛି ଓ ସେଥିରେ ୩ଟି ଲେବଲ ପାର କରିସାରିଛୁ । ଏଥିରେ ହାଇପରଟେନସନ୍, ଆସ୍ଥମା, ହାର୍ଟ, ଚିକନଗୁନିଆ ଭଳି ରୋଗ ଉପରେ ଟ୍ରାଏଲ କରାଯାଉଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.