ଗଞ୍ଜାମ: କରୋନା ଭୟ । ମରିଗଲା ମାନବିକତା । ଶବକୁ ମିଳିଲାନି କାନ୍ଧ । ଆମ୍ବୁଲାନ୍ସରୁ ଶବକୁ ଘୋଷାଡି ଘୋଷାଡି ନେଲେ ସମ୍ପର୍କିୟ । ମୃତ୍ୟୁ ପରେ କରୋନା ଭୟରେ ପାଖ ମାଡିଲେନି ଗାଁ ଲୋକେ । ଏଭଳି ଏକ ହୃଦକ ବିଦାରକ ଚିତ୍ର ଦେଖିବାକୁ ମିଳିଛି ଗଂଜାମ ଜିଲ୍ଳା କବିସୂର୍ୟ୍ୟନଗରରେ ।
କବିସୂର୍ୟ୍ୟନଗର ଖରଡା ସାହିର ଜଣେ ଯୁବକ ଗତ ଦଶ ଦିନ ହେଲା ଜ୍ୱରରେ ପିଡିତ ଥିଲେ । ଏହାପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ତାନାନ୍ତରିତ କରାଯାଇଥିଲା । ତେବେ ଆମ୍ବୁଲାନ୍ସ ଭିତରେ ହିଁ ତାଙ୍କର ମୃତ୍ୟୁ ହେବା ପରେ ତାଙ୍କ ଶବକୁ ସାହିକୁ ଫେରାଇ ନିଆଯାଉଥିଲା । ହେଲେ କରୋନା ଭୟରେ କେହି ଶବ ପାଖକୁ ଆସିନଥିଲେ । ଫଳରେ ସମ୍ପର୍କୀୟ ତାଙ୍କୁ ଟାଣି ଟାଣି ନେଇଥିଲେ । ଶେଷରେ ପୋଲିସ ପ୍ରଶାସନ ପକ୍ଷରୁ ଜେସିବି ସାହାଯ୍ୟରେ ନଦୀ ତଟରେ ଶବକୁ ପୋତି ଦିଆଯାଇଥିଲା । ଏପରିକି ସଂସ୍କାର ହେବା ପାଇଁ ସାହି କୁଟୁମ୍ବ ମଧ୍ୟ କେହି ଆସିନଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
BREAKING NEWS
- ପ୍ରଥମ ଟି୨୦: ଶ୍ରେୟାସଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ
- ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ
- ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦, ଏ’ ଦଳ ଘୋଷଣା
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି

Comments are closed.