Latest Odisha News

BREAKING NEWS

ଚିହ୍ନଟ ହୋଇ ନ ଥିବା ମୃତଦେହ ଭୁବନେଶ୍ୱର ଅଣାଯିବ

ଭୁବନେଶ୍ୱର: ମୃତଦେହ ଚିହ୍ନଟ କରିବା ଏବେ ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ବର୍ତ୍ତମାନ ସୁଦ୍ଧା ୨୮୮ଟି ମୃତ ଦେହ ଉଦ୍ଧାର ହୋଇଛି । ଚିହ୍ନଟ ହୋଇ ନ ଥିବା ମୃତଦେହଗୁଡ଼ିକୁ ଭୁବନେଶ୍ୱର ଅଣାଯିବ । ପରିବାର ଲୋକେ ଯେ ପର୍ଯ୍ୟନ୍ତ ମୃତଦେହକୁ ଚିହ୍ନଟ କରିନାହାନ୍ତି, ସେ ପର୍ଯ୍ୟନ୍ତ ଭୁବନେଶ୍ୱରର ସରକାରୀ ଓ ବେସରକାରୀ ହସପିଟାଲର ଶବଗୃହରେ ମୃତଦେହଗୁଡ଼ିକ ସୁରକ୍ଷିତ ଭାବେ ରଖାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ୧୬୦ ରୁ ଅଧିକ ମୃତଦେହ କାଲି ଭୁବନେଶ୍ୱରରେ ପହଞ୍ଚିବ । ମୃତ ଦେହକୁ ଘରକୁ ନେବା ପାଇଁ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ୩୦ରୁ ୪୦ ମୃତ ଯାତ୍ରୀଙ୍କ ପରିଚୟ ମିଳିଲାଣି । କିଛି ଯାତ୍ରୀଙ୍କ ପ୍ରମାଣପତ୍ର ଠାବ କରାଯାଇଛି । କେଉଁ ସ୍ଥାନରେ କାହାର ଚିକିତ୍ସା ଚାଲିଛି ସେନେଇ ତଥ୍ୟ ରଖାଯାଇଛିି । ସମସ୍ତ ଯାତ୍ରୀଙ୍କ ତଥ୍ୟ ସଂଗ୍ରହ ଆମ ପାଇଁ ବଡ ଚ୍ୟାଲେଞ୍ଜ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Leave A Reply

Your email address will not be published.