Latest Odisha News

BREAKING NEWS

ଟେଷ୍ଟ କ୍ରିକେଟରୁ କେବେ ଅବସର ନେବେ ଘୋଷଣା କଲେ ୱାର୍ଣ୍ଣର

ସିଡନୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଟେଷ୍ଟ କ୍ରିକେଟରୁ ଅବସର ନେଇ ଶନିବାର ସୂଚନା ଦେଇଛନ୍ତି । ତାଙ୍କର ହଠାତ ଏହି ନିଷ୍ପତି ସମସ୍ତଙ୍କୁ ଚକିତ କରିଛି । ଆସନ୍ତା ବର୍ଷ ଜାନୁୟାରୀରେ ପାକସ୍ତାନ ବିପକ୍ଷରେ ସେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ ଖେଳିବେ ବୋଲି ଘୋଷଣା କରିଛନ୍ତି । ତେବେ ୨୦୨୪ ଟି୨୦ ବିଶ୍ୱକପ ଖେଳିବେ ବୋଲି ଏବେଠାରୁ ସ୍ପଷ୍ଟ କରିଛନ୍ତି । ଏହା ପରେ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଶେଷ ହେବ ବୋଲି ୱାର୍ଣ୍ଣର କହିଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ପାକିସ୍ତାନ ବିପକ୍ଷ ସିରିଜ ଖେଳିବି । ମାତ୍ର ଏହା ପରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବି ନାହିଁ ବୋଲି ସେ କହିଛନ୍ତି । ୱାର୍ଣ୍ଣର ୧୦୩ ଟେଷ୍ଟ ମ୍ୟାଚ ଖେଳି ୮୧୫୯ ରନ ସଂଗ୍ରହ କରିଛନ୍ତି । ଏଥିରେ ୨୫ଟି ଶତକ ଓ ୩୪ଟି ଅର୍ଦ୍ଧଶତକ ରହିଛି ।

୨୦୨୪ ବିଶ୍ୱକପ ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି ବୋଲି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଜଣଙ୍କ କହିଛନ୍ତି । ପ୍ରତିଦ୍ୱନ୍ଦ୍ୱୀତାମୂଳକ କ୍ରିକେଟରେ ତିଷ୍ଠି ରହିବାକୁ ହେଲେ ଭଲ ପ୍ରଦର୍ଶନ ସହ ଫିଟନେସ ଜରୁରୀ ବୋଲି ସେ କହିଛନ୍ତି । ଏକା ସମୟରେ ୩ଟି ଯାକ ଫର୍ମାଟ ପାଇଁ ମୁଁ ସର୍ବଦା ଶତ ପ୍ରତିଶତ ଦେବା ସମ୍ଭବପର ନୁହେଁ ବୋଲି ୱାର୍ଣ୍ଣର କହିଛନ୍ତି ।

Leave A Reply

Your email address will not be published.