Latest Odisha News

BREAKING NEWS

ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ଲକ୍ଷ୍ୟଙ୍କ ଅଭିଯାନ ଶେଷ

ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ପ୍ରଭାବୀ ପ୍ରଦର୍ଶନ ସତ୍ୱେ ଭାରତର ଷ୍ଟାର ଖେଳାଳି ଲକ୍ଷ୍ୟ ସେନଙ୍କ ଅଭିଯାନ ଶେଷ ହୋଇଛି । ଶନିବାର ଅନୁଷ୍ଠିତ ସେମିଫାଇନାଲ ମୁକାବିଲାରେ ଲକ୍ଷ୍ୟ ଥାଇଲାଣ୍ଡର କୁନଲବୁତ ବିତିଦର୍ସନ ୨୧-୧୩, ୨୧-୧୯ ଓ ୨୧-୧୩ରେ ପରାଜିତ ହୋଇଥିଲେ । ପ୍ରଥମ ଗେମକୁ ସହଜରେ ଜିତି ଲକ୍ଷ୍ୟ ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲେ । ତେବେ ରୋମାଂଚକ ଦ୍ୱିତୀୟ ଗେମକୁ ବିତିଦର୍ସନ ୨୧-୧୯ରେ ଜିତିଥିଲେ । ନିର୍ଣ୍ଣାୟକ ଗେମରେ ଲକ୍ଷ୍ୟଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ସେ ୧୩-୨୧ରେ ହାରି ଯାଇଥିଲେ ।

ଲକ୍ଷ୍ୟଙ୍କ ପରାଜୟ ସହ ଭାରତର ଅଭିଯାନ ମଧ୍ୟ ଶେଷ ହୋଇଛି । ସାଇନା ନେହ୍ୱାଲ ରାଉଣ୍ଡ ଅଫ ୧୬ରୁ ଓ ପିଭି ସିନ୍ଧୁ ରାଉଣ୍ଡ ଅଫ ୩୨ରୁ ବିଦାୟ ନେଇଥିଲେ । ପୁରୁଷ ଡବଲ୍ସରେ ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ରାଉଣ୍ଡ ଅଫ ୧୬ରେ ହାରି ଯାଇଥିଲେ । ଚଳିତ ସଂସ୍କରଣରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ପ୍ରଶଂସକଙ୍କୁ ନିରାଶ କରିଛି ।

Leave A Reply

Your email address will not be published.