Latest Odisha News

BREAKING NEWS

ବଢିଲା ଆଧାର କାର୍ଡର ମାଗଣା ଅପଡେଟର ସମୟସୀମା, ଜୁନ୍ ୧୪ ପର୍ଯ୍ୟନ୍ତ କରିପାରିବେ ଅପଡେଟ

ନୂଆଦିଲ୍ଲୀ: ଆଧାର କାର୍ଡର ମାଗଣା ଅପଡେଟ୍ ପାଇଁ କେନ୍ଦ୍ର ସରକାର ସମୟସୀମା ବୃଦ୍ଧି କରିଛନ୍ତି । ମାର୍ଚ୍ଚ ୧୪ ଅପଡେଟର ଶେଷ ତାରିଖ ଥିବା ବେଳେ ବର୍ତ୍ତମାନ ଆପଣ ଜୁନ୍ ୧୪ ପର୍ଯ୍ୟନ୍ତ ଆଧାର କାର୍ଡ ଅପଡେଟ୍ କରିପାରିବେ । ଏନେଇ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛି UIDAI । ଏହି ମାଗଣା ସେବା କେବଳ myAadhaar ପୋର୍ଟାଲରେ ଉପଲବ୍ଧ ହେବ । ଏହାଦ୍ଵାରା କୋଟି କୋଟି ଲୋକ ଉପକୃତ ହେବେ ।

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଗତ କିଛି ଦିନ ତଳେ ସମସ୍ତ ଆଧାର କାର୍ଡ ୟୁଜର୍ସଙ୍କୁ ନିଜ ୧୦ବର୍ଷ ପୁରୁଣା ଆଧାର କାର୍ଡକୁ ଅପଡେଟ କରିବାକୁ କେନ୍ଦ୍ର ସରକାର କହିଥିଲେ । UIDAI ଅନୁସାରେ, ୟୁଜର୍ସମାନେ Myaadhaar ପୋର୍ଟାଲରେ ମଧ୍ୟ ସମସ୍ତ ଅପଡେଟ୍ କରିପାରିବେ । ଏଥିପାଇଁ ୟୁଜର୍ସମାନଙ୍କୁ ଆଧାର ଅପଡେଟ ସମ୍ବନ୍ଧୀୟ ସମସ୍ତ ଡକ୍ୟୁମେଣ୍ଟ ଅପଲୋଡ କରିବାକୁ ପଡିବ । ଏହା ବ୍ୟତୀତ ୟୁଜର୍ସମାନେ ଅଫଲାଇନରେ ମଧ୍ୟ ଆଧାର କାର୍ଡ ଅପଡେଟ କରିପାରିବେ । ଯଦି ଜଣେ ୟୁଜର ଅନଲାଇନ ବଦଳରେ ଆଧାର ସେଣ୍ଟରରେ ନିଜ ଆଧାର ଅପଡେଟ କରିବାକୁ ଚାହିଁବେ ତେବେ ସେମାନଙ୍କୁ ଏଥିପାଇଁ ଟଙ୍କା ଦେବାକୁ ପଡିବ ।

କେମିତି କରିବେ ଆଧାରକାର୍ଡ ଅପ୍‌ଡେଟ୍‌?

  • ପ୍ରଥମେ https://myaadhaar.uidai.gov.in/ କୁ ଯାଇ ନିଜ ଆଧାରକାର୍ଡ ନମ୍ବର ବ୍ୟବହାର କରି ଲଗ୍‌ଇନ୍‌ କରନ୍ତୁ ।
  • ତାପରେ ଏଥିରେ ଥିବା ‘proceed to update address’ ଉପରେ କ୍ଲିକ୍‌ କରନ୍ତୁ
  • ଏହି ସମୟରେ ଆପଣଙ୍କ ମୋବାଇଲକୁ ଆସିଥିବା OTP କୁ ବ୍ୟବହାର କରନ୍ତୁ
  • ତା’ପରେ ‘Document Update’ ପାଇଁ ଅପ୍‌ସନ୍‌ ଆସିବ । ସେଠାକୁ ଯାଇ ନିଜର ତ୍ରୁଟି ସଂଶୋଧନ କରନ୍ତୁ ।
  • ସଂଶୋଧନ କରିବା ପରେ NEXT ଉପରେ କ୍ଲିକ୍‌ କରନ୍ତୁ ।
  • ଏହାପରେ ପରିଚୟ ପତ୍ର କିମ୍ବା ଠିକଣା ପ୍ରମାଣ ପତ୍ର ଅପ୍‌ଲୋଡ୍‌ କରନ୍ତୁ ।
  • ଶେଷରେ ସବୁ କାମ ସରିବା ପରେ ‘Submit’ ଉପରେ କ୍ଲିକ୍‌ କରନ୍ତୁ ।

ଆଧାର ହେଉଛି ଏକ ୧୨ ଅଙ୍କ ବିଶିଷ୍ଟ ସ୍ୱତନ୍ତ୍ର ID ନମ୍ବର । ଆଧାର କାର୍ଡ ଆମ ଦୈନନ୍ଦିନ ଜୀବନର ଏକ ଜରୁରୀ ଡକ୍ୟୁମେଣ୍ଟ । ବ୍ୟାଙ୍କରେ ଖାତା ଖୋଲିବାଠାରୁ ଆରମ୍ଭ କରି ସରକାରୀ ଯୋଜନାର ଲାଭ ଉଠାଇବା ଯାଏଁ ସବୁ କ୍ଷେତ୍ରରେ ଆଧାରକାର୍ଡ ଦରକାର ପଡିଥାଏ । ଆଧାରକାର୍ଡକୁ ଆମେ ଆମର ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟପତ୍ର ଭାବେ ବ୍ୟବହାର କରୁଛେ । ଏଥିପାଇଁ ଆଧାରକାର୍ଡରେ ଥିବା ସୂଚନା ଏକଦମ ସଠିକ ହେବା ଦରକାର । ଆଧାରକାର୍ଡରେ ଗୋଟିଏ ଭୁଲ ଆପଣଙ୍କୁ ଅନେକ ଅସୁବିଧାରେ ପକାଇପାରେ ।

Comments are closed.