Latest Odisha News

BREAKING NEWS

ଲାଇକ୍ ପାଇଁ ଯାଉଛି ଜୀବନ, ୭୨ ଘଣ୍ଟାରେ ୮ ଜଣଙ୍କ ମୃତ୍ୟୁ

ମୁମ୍ବାଇ: ସୋସିଆଲ୍ ମିଡିଆରେ ଲାଇକ୍, କମେଣ୍ଟ ପାଇଁ ସମସ୍ତେ ପାଗଳ । ଫଲୋଅର୍ସ ବଢ଼ାଇବା ଲାଗି ଜୀବନକୁ ବାଜି ଲଗାଇବାକୁ ପଛାଉ ନାହାନ୍ତି କ୍ରିଏଟର୍ସ । ଆଉ ଏହି ଫଲୋଅର୍ସ ବଢ଼ାଇବା ନିଶା ଏବେ ଜୀବନ ନେଉଛି । ବିଗତ ୭୨ ଘଣ୍ଟାରେ ଅବହେଳାର ଏଭଳି ୪ ଘଟଣା ସାମ୍ନାକୁ ଆସିଥିବା ଏଥିରେ ବେଳେ ୮ ଜଣଙ୍କ ମୃତ୍ୟୁ ହୋଇଛି ।

ଏବେ ସୋସିଆଲ୍ ମିଡିଆ ପାଇଁ କବେଳ ଯୁବପିଢ଼ି ନୁହେଁ ପିଲାଠୁ ବୁଢ଼ା ସମସ୍ତେ ପାଗଳ ହୋଇ ପଡ଼ିଛନ୍ତି । ମୁମ୍ବାଇରୁ ସାମ୍ନାକୁ ଆସିଛି ସେହିଭଳି ଏକ ଘଟଣା । ଛୁଆଙ୍କୁ ମୋବାଇଲ୍ କ୍ୟାମେରା ଧରାଇ ଫଟୋ ଉଠାଇବା ଲାଗି ବାପା, ମାଆ ସମୁଦ୍ର କୂଳର ବିପଦ ସ୍ଥାନକୁ ଯାଇଥିଲେ । ଆଉ ସେହି ସମୟରେ ଏକ ବଡ଼ ଲହଡ଼ି ଆସି ଛୁଆଙ୍କ ଆଖି ସାମ୍ନାରେ ବାପାମାଆଙ୍କୁ ଭସାଇ ନେଇଥିଲା । କୌଣସି ପ୍ରକାରେ ପୁରୁଷ ଜଣଙ୍କ ବଞ୍ଚି ଯାଇଥିବା ବେଳେ ପତ୍ନୀଙ୍କ ମୃତ୍ୟୁ ହୋଇଛି ।

ସେହିଭଳି ୟୁପିର ଇଟାୱା ନନିହାଲରେ ୨ ଯୁବକ ନଦୀରେ ଭାସି ଯାଇଛନ୍ତି । ଜଣଙ୍କ ମୃତଦେହ ମିଳିଥିବା ବେଳେ ଆଉ ଜଣଙ୍କୁ ଖୋଜା ଚାଲିଛି । ଉଭୟ ଇଟାୱାର ସିଙ୍ଗର ନଦୀରେ ଇନଷ୍ଟାଗ୍ରାମ୍ ରିଲ୍ ସୁଟ୍ କରୁଥିଲେ । ନଦୀର ଜଳସ୍ତର ଅଧିକ ଥିବା ବେଳେ ଗୋଧୋଇବା ରିଲ୍ ସୁଟ୍ ଚାଲିଥିଲା । ଅଚାନକ ରେହାନର ଗୋଡ଼ ଖସି ଯାଇଥିଲା ଓ ତାକୁ ବଞ୍ଚାଇବାକୁ ଯାଇ ଭାସି ଯାଇଥିଲା ଚାନ୍ଦ । ଘଟଣାସ୍ଥଳରେ ଆଉ ୪ ଜଣ ଯୁବକ ଥିବାବେଳେ କେହି ବଞ୍ଚାଇ ପାରି ନଛିଲେ ।

ୟୁପିର କାନପୁରରେ ରିଲ୍ ଚକ୍କରରେ ପାଣ୍ଡୁ ନଦୀକୁ ଡେଇଁଥିବା ଜଣେ ଯୁବକ ଭାସି ଯାଇଛନ୍ତି । ଯୁବକଙ୍କ ସହ ଥିବା ୪ ସାଙ୍ଗ କେବଳ ଚିତ୍କାର କରିବା ଛଡ଼ା ଆଉ କିଛି ଉପାୟ ନଥିଲା । ରିଲ୍ ବନାଇବା ଲାଗି ୫ ଯୁବକ ପାଣ୍ଡୁ ନଦୀ କୂଳକୁ ଯାଇଥିଲେ । ଅଂଶ ରିଲ୍ ସୁଟ୍ ପାଇଁ ନଦୀକୁ ଡେଇଁଥିଲା ଓ ଭାସି ଯାଇଥିଲା ।

ମହାରାଷ୍ଟ୍ରର ଚନ୍ଦ୍ରପୁରରେ ସେଲ୍ଫି ନେବା ବେଳେ ପୋଖରିରେ ବୁଡ଼ି ଯାଇ ୪ ଜଣଙ୍କ ମୃତ୍ୟୁ ହୋଇଛି । ଚନ୍ଦ୍ରପୁର ଜିଲ୍ଲାର ନାଗଭିଡ଼ ତହସିଲ୍ ଘୋଡ଼ାଜାରି ପୋଖରିକୁ ୮ ଯୁବକ ବର୍ଷା ହେଉଥିବା ସମୟରେ ଯାଇଥିଲେ । ସେଲ୍ଫି ନେବା ବେଳେ ଜଣେ ଯୁବକ ପୋଖରିକୁ ଖସି ପଡ଼ିଥିଲେ । ତାକୁ ବଞ୍ଚାଇବା ପାଇଁ ଆଉ ୩ ସାଙ୍ଗ ପୋଖରିକୁ ଡେଇଁଥିଲେ । ହେଲେ ସେମାନେ ବି ବୁଡ଼ି ଯାଇଥିଲେ ।

Leave A Reply

Your email address will not be published.