ନୂଆଦିଲ୍ଲୀ: କରୋନା ଭାଇରସ ଏବେ ସାରା ବିଶ୍ୱକୁ ତାର କରାଳ ରୂପ ଦେଖାଇ ଡରାଉଛି । ତେବେ କରୋନା ପୂର୍ବରୁ କେଉଁ ମହାମାରୀ ଲକ୍ଷଲକ୍ଷ ଲୋକଙ୍କ ଜୀବନ ନେଇଛି ଆସନ୍ତୁ ତା ବିଷୟରେ ଜାଣିବା ।
ପ୍ଲେଗ: ୧୭୨୦ରେ ପ୍ଲେଗ ମହାମାରୀ ରୂପ ନେଇଥିଲା । ଏଥିରେ ୨ ବର୍ଷ ମଧ୍ୟରେ ଏକ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ । ଅବଶ୍ୟ ସେତେବେଳେ ସଚେତନାତା ଓ ସ୍ୱାସ୍ଥ୍ୟବସ୍ଥା ସେତେଟା ଉଚ୍ଚକୋଟୀର ନ ଥିଲା ।
ସ୍ପେନିଶ ଫ୍ଲୁ: ପ୍ରଥମ ବିଶ୍ୱକପ ପରେ ୧୯୨୦ରେ ସ୍ପେନିଶ ଫ୍ଲୁ ନାମକ ମହାମାରୀ ସୈନ୍ୟ ପ୍ରଶିକ୍ଷଣ ଶିବିରରେ ଆରମ୍ଭ ହୋଇଥିଲା । ବିଶେଷତଃ ଏହା ଫ୍ରାନ୍ସର ସୀମାରେ ବ୍ୟାପିଥିଲା । ସର୍ବାଧିକ ଲୋକ ଏଥିରେ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଏ । ଏହାର ମଧ୍ୟ କୌଣସି ଅଫିସିଆଲ ରେକର୍ଡ ନାହିଁ ।
କଲେରା: ୧୮୨୦ରେ କଲେରା ତାର ଭୟଙ୍କର ରୂପ ଦେଖାଇଥିଲା । ଭାରତ, ଜାପାନ, ଥାଇଲାଣ୍ଡ, ଭିଏତନାମ, ଓମାନ, ଚୀନ, ମୋରିସସ ଓ ସିରିୟାରେ ଏହି ମହାମାରୀ ଯୋଗୁ ଲକ୍ଷେ ଲୋକଙ୍କ ପ୍ରାଣ ଯାଇଥିଲା । ଏହାର ପ୍ରକୃତ ତଥ୍ୟ ଭିତିକ ରିପୋର୍ଟ କାହା ପାଖରେ ନାହିଁ ।
ସ୍ୱାଇନ ଫ୍ଲୁ: ୨୦୦୯ରେ ଏହି ମହାମାରୀ ୬ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା । ଏ ପର୍ଯ୍ୟନ୍ତ ଏହି ରୋଗ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସି ନାହିଁ ।
ଇବୋଲା: ୨୦୧୪ରେ ଇବୋଲା ଯୋଗୁ ଆଫ୍ରିକା ନିକଟବର୍ତି ଅଂଚଳରେ ୧୦ ହଜାର ଲୋକ ମୃତ୍ୟୁବରଣ କରିଥିଲେ । ଏହାକୁ ଅବଶ୍ୟ ମହାମାରୀ ଘୋଷିତ କରାଯାଇ ନ ଥିଲା ।
BREAKING NEWS
- Hormuz open for India: ଭାରତ ପାଇଁ ସବୁଜ ପତାକା, ସୁରକ୍ଷିତ ହରମୁଜ୍ ପାର୍ ହେବେ ଇରାନର ଏହି ୫ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ର…
- largest Missile Manufacturer: ମିିସାଇଲ ହେଉ କି ପରମାଣୁ, ଧୁରନ୍ଧର ଏହି ଦେଶ…
- ଜଳସେଚନ ବିଭାଗ ଏସଡିଓଙ୍କ ଘରେ ଭିଜିଲାନ୍ସର ଚଢ଼ାଉ
- ନୀରବ ମୋଦିଙ୍କୁ ବଡ଼ ଝଟକା, ଲଣ୍ଡନ ହାଇକୋର୍ଟରେ ପ୍ରତ୍ୟର୍ପଣ ଆବେଦନକୁ ଖାରଜ
- ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ୫ଟି ସର୍ତ୍ତ ରଖିଲା ଇରାନ
- କୁମିଂ ଅପରେସନ ବେଳେ SOG ଯବାନ ଗୁରୁତର
- ଚୋରା ଚାଲାଣ ବେଳେ ୪୪ କିଲୋ ଗଞ୍ଜେଇ ଜବତ, ୨ ଗିରଫ
- ବିମାନବନ୍ଦରରୁ ଉଚ୍ଛେଦ ହେବେ CRPF ଯବାନ
- Weather Update: ଜାରି ରହିବ କାଳବୈଶାଖୀ ପ୍ରଭାବ: ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଜାରି ରହିବ ଇରାନ-ଆମେରିକା ଯୁଦ୍ଧ, ବନ୍ଦ ପ୍ରସ୍ତାବକୁ ପ୍ରତ୍ୟାଖାନ
Comments are closed.