ଗଞ୍ଜାମ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ହାଜତରେ ପୋଲିସର ଅକଥନୀୟ ଅତାୟଚାରରେ ସୁଶାନ୍ତ ସାହୁଙ୍କ ମୃତ୍ୟୁ ଘଟଣା । ପୂର୍ବରୁ ୩ ଜଣ ପୋଲିସ କର୍ମଚାରୀଙ୍କୁ ବଦଳି କରାଯାଇଥିବାବେଳେ, ଏବେ ବଦଳିଲେ ଥାନାର ସବୁ କର୍ମଚାରୀ । କେବଳ ଥାନା ନୁହଁ ବାଲିଛାଇ ଫାଣ୍ଡିର ସବୁ କର୍ମଚାରୀଙ୍କୁ ବି ବଦଳି କରାଯାଇଛି ।
୨୬ କର୍ମଚାରୀଙ୍କୁ ଅନ୍ୟ ଉପଖଣ୍ଡକୁ ବଦଳି କରାଯାଇଛି । ୨ ଏସଏଆଇ ଓ ୩ ଏସଏଆଇଙ୍କର ବଦଳି ହୋଇଛି । ହୋମଗାର୍ଡ୍ ଓ କନେଷ୍ଟବଳ ବି ବଦଳିଛନ୍ତି ।
ସୂଚନା ମୁତାବକ, ପଥର ବ୍ଲାଷ୍ଟିଂ ମାମଲାରେ ସୁବୁଳିଆ ଗାଁର ଯୁବକ ସୁଶାନ୍ତ ସାହୁଙ୍କୁ ପୋଲିସ ପଚରାଉଚରା ପାଇଁ ୭ ଦିନ ଧରି ଅଟକ ରଖିଥିଲା । ତେବେ ଥାନା ଭିତରେ ତାଙ୍କୁ ବର୍ବର ଭାବେ ପିଟି ପିଟି ନୟାନ୍ତ କରାଯାଇଥିବା ନେଇ ପରିବାର ଲୋକେ ସିଧାସଳଖ ଅଭିଯୋଗ ଆଣିଛନ୍ତି । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପରିବାର ଲୋକେ ପୋଲିସ ନିର୍ଯାତନା ଅଭିଯୋଗ ଆଣିଥିଲେ । ତୀବ୍ର ହୋଇଥିଲା ଜନଅସନ୍ତୋଷ ।
ଏହି ସମ୍ବେଦନଶୀଳ ମାମଲାକୁ ଗମ୍ଭୀରତାର ସହ ନେଇ ଜାତୀୟ ମାନବାଧିକାର ଆୟୋଗ (NHRC) ଗଞ୍ଜାମ ଜିଲ୍ଲାପାଳ ଏବଂ ଏସପି ଙ୍କୁ କଡ଼ା ନୋଟିସ୍ ଜାରି କରିଥିଲା । ସେପଟେ HRPC ଟିମ ସୁଶାନ୍ତ ଙ୍କ ପରିବାର ଲୋକଙ୍କୁ ଗେଷ୍ଟ ହାଉସକୁ ଡାକି ପଚରା ଉଚରା କରୁଛି ।