Latest Odisha News

ଜଣେ ମହିଳାଙ୍କୁ ୭୦୦ ଲୋକ କରିଛନ୍ତି ଦୁଷ୍କର୍ମ !

ନୂଆଦିଲ୍ଲୀ: ବ୍ରିଟେନରେ ସାମ୍ନାକୁ ଆସିଛି ସାଙ୍ଘାତିକ ଯୌନ ଶୋଷଣ ମାମଲା, ଯାହା ପୂରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଜଣେ କି ଦୁଇ ଜଣ ନୁହେଁ, ବରଂ ପ୍ରାୟ ୬୦୦ରୁ ୭୦୦ ଲୋକଙ୍କ ବିରୋଧରେ ଦୁଷ୍କର୍ମ ଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ବ୍ରିଟେନ୍ ସଂସଦରେ ଜୋରଦାର ଆଲୋଚନା ହୋଇଥିବା ବେଳେ ସାଂସଦମାନେ ପୀଡ଼ିତାଙ୍କ ଦୁଃଖଦ ଅନୁଭୂତି ସାମ୍ନାକୁ ଆଣି ଗଭୀର ଚିନ୍ତା ପ୍ରକଟ କରିଛନ୍ତି।

ବ୍ରିଟେନରେ ବର୍ଷ ବର୍ଷ ଧରି ଚାଲିଆସୁଥିବା ଯୌନ ଶୋଷଣର ଏକ କଳା ସତ୍ୟ ଏବେ ଦେଶବାସୀଙ୍କୁ ଚକିତ କରିଛି। ବ୍ରିଟେନର ସାଂସଦ ରୂପର୍ଟ ଲୋଭ୍ ସଂସଦରେ ପୀଡ଼ିତାମାନଙ୍କର ଯେଉଁ ବୟାନ ପଢ଼ି ଶୁଣାଇଛନ୍ତି, ତାହା ଶୁଣିଲେ ଯେକେହି ବି ଶିହରି ଉଠିବ। ସଂସଦରେ ରଖାଯାଇଥିବା ବୟାନ ଅନୁସାରେ, ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ନାବାଳିକା ଥିବା ସମୟରୁ ହିଁ ସେ ଯୌନ ଶୋଷଣର ଶିକାର ହୋଇଥିଲେ। କେବଳ ସେତିକି ନୁହେଁ, ମାତ୍ର ୩ ବର୍ଷ ଭିତରେ ତାଙ୍କ ସହ ପ୍ରାୟ ୬୦୦ରୁ ୭୦୦ ଲୋକ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି।

ତଦନ୍ତରୁ ଜଣାପଡ଼ିଛି ଯେ, ଏହି କଳା କାରନାମା କେବଳ ଗୋଟିଏ ସୀମିତ ଅଞ୍ଚଳରେ ଚାଲିନଥିଲା। ଦୁଷ୍କର୍ମକାରୀଙ୍କ ଏହି ବଡ଼ ନେଟୱର୍କ ବ୍ରିଟେନର ରୋଚଡେଲ୍, ରୋଦରହ୍ୟାମ୍, ଓଲ୍ଡହ୍ୟାମ୍ ଏବଂ ଟେଲଫୋର୍ଡ ଭଳି ଅନେକ ଅଞ୍ଚଳରେ ବ୍ୟାପି ରହିଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ମାମଲା ପ୍ରଥମ କରି ୨୦୦୨ ମସିହାରେ ସାମ୍ନାକୁ ଆସିଥିଲା, କିନ୍ତୁ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ପୀଡ଼ିତାମାନଙ୍କୁ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିପାରି ନାହିଁ।

ଏହି ସାଙ୍ଘାତିକ ସିଣ୍ଡିକେଟ୍ ସାମ୍ନାକୁ ଆସିବା ପରେ ଏବେ ସେଠାକାର ପୋଲିସ୍ ପ୍ରଶାସନ ଓ କାର୍ଯ୍ୟାନୁଷ୍ଠାନ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସ୍ ପୀଡ଼ିତାଙ୍କ ଅଭିଯୋଗକୁ ଗମ୍ଭୀରତାର ସହ ନେଇନଥିବା ଏବଂ ଉଚିତ ତଦନ୍ତ କରିନଥିବା ଅଭିଯୋଗ ହୋଇଛି। ଅଧିକାରୀମାନଙ୍କର ଏଭଳି ଚରମ ଅବହେଳା ଯୋଗୁଁ ଅପରାଧୀମାନଙ୍କ ମନୋବଳ ଆହୁରି ବଢ଼ିଯାଇଥିଲା, ଯେଉଁଥିପାଇଁ ପୀଡ଼ିତାମାନେ ବର୍ଷ ବର୍ଷ ଧରି ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି।

ତେବେ ସଂସଦରେ ଏହି ପ୍ରସଙ୍ଗ ଉଠିବା ପରେ ପୂରା ବ୍ରିଟେନରେ ଏବେ ତେଜିଛି ଅସନ୍ତୋଷ। ସାଧାରଣ ଜନତା ଏବଂ ମହିଳା ସଂଗଠନଗୁଡ଼ିକ ଏହି ମାମଲାରେ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

 

Leave A Reply

Your email address will not be published.