ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଏକ ଶିଶୁକୁ ଭୁଲ ଇଞ୍ଜେକ୍ସନ ଦେବା କାରଣରୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଉତ୍ତେଜନା ପ୍ରକାଶ ପାଇଛି । ଏହି ଘଟଣାରେ ଏକ୍ସ ରେ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ କ୍ଷତିପୂରଣ ବାବଦରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।
ଅନ୍ୟପଟେ, ହସ୍ପିଟାଲ ସମ୍ମୁଖ ରାସ୍ତାକୁ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । କ୍ୟାପିଟାଲ ହସପିଟାଲକୁ ମଧ୍ୟ ଧସେଇ ପଶିଥିଲେ ଲୋକେ । ରାସ୍ତାରୋକ ବେଳେ ଅନ୍ୟ ରୋଗୀ ମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା ଚଳାଇଛି ।

ମୃତ୍ୟ ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ଶିଶୁ ବିଭାଗର ଏଚଓଡି । ସେ କହିଛନ୍ତି ଶିଶୁ ପୁତ୍ରକୁ ଆକାମା ଭଳି ରୋଗ ପୂର୍ବରୁ ଥିଲା । ଚିକିତ୍ସା ପାଇଁ ପୂର୍ବରୁ ହସ୍ପିଟାଲ ଆସୁଥିଲା । ରବିବାର ମଧ୍ୟ ଚିକିତ୍ସା ପାଇଁ ଆସିବା ପରେ ନର୍ସ ସଙ୍ଗେ ସଙ୍ଗେ ଚିକିତ୍ସା କରିଛନ୍ତି । ୩ ଥର ଅକ୍ସିଜେନ ଦିଆଯାଇଛି ପରେ ମେଡିସିନ ଦିଆଯାଇଛି । ଆମେ ପୁରା ଚେଷ୍ଟା କରିଛୁ ମୃତ୍ୟୁ ଆମ ହାତରେ ନାହିଁ ।
ଏଣେ ଶିଶୁ ମୃତ୍ୟୁ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି । ଏକ ସ୍ବତନ୍ତ୍ର କମିଟି କରିବ ତଦନ୍ତ । ମୃତଦେହ ବ୍ୟବଛେଦ ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି କହିଛନ୍ତି ।
Comments are closed.