Latest Odisha News

BREAKING NEWS

ମେଡିକାଲରେ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା : ଚିକିତ୍ସାରେ ଅବହେଳା ଅଭିଯୋଗ

କନ୍ଧମାଳ: ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ଚିକିତ୍ସା ଅବହେଳାରୁ ଜଣେ ନାବାଳକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି  । ଯାହାର ପ୍ରତିବାଦରେ ଉତ୍ତ୍ୟକ୍ତ ଗାଁ ଲୋକେ ରାସ୍ତାରୋକ କରିଛନ୍ତି  । ଫଳରେ ଶହ ଶହ ଗାଡି ମଟର ଅଟକି ରହିଛି  । ମୃତକ ଶଗଡିଆ ସାହିର ସୁମନ୍ତ ଦିଗାଲ ବୋଲି ଜଣାପଡିଛି  । ଶଗଡିଆ ସାହି ନିକଟ ଜାତୀୟ ରାଜପଥରେ ଉତ୍ତ୍ୟକ୍ତ ଲୋକେ ମୃତଦେହ ରଖି କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ ।

ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଡାକ୍ତରମାନଙ୍କୁ କ୍ଲିନିକରେ ବସିବା ବନ୍ଦ କରାଯାଉ ବୋଲି ଦାବି କରିଥିଲେ । କ୍ଲିନିକରେ ବସି ଡାକ୍ତରମାନେ ଟଙ୍କା ପାଉଥିବାରୁ ସଠିକ୍ ସମୟରେ ଡାକ୍ତରଖାନାକୁ ଆସୁନାହାନ୍ତି । ଡାକ୍ତର ସଠିକ୍ ସମୟରେ ଚିକିତ୍ସା କରିନଥିବାରୁ ନାବାଳକର ମୃତ୍ୟୁ ହୋଇଥିବା  ପରିବାର ଲୋକେ ଅଭିଯୋଗ ଆଣିଛନ୍ତି  । ପରେ  ରାସ୍ତା ଅବରୋଧର ଖବର ପାଇ ଫୁଲବାଣୀ ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । ରେଡକ୍ରସ ପାଣ୍ଠିରୁ କିଛି ସହାୟତା ମିଳିବା ପରେ ରାସ୍ତା ଅବରୋଧ ହଟିଛି ।

Leave A Reply

Your email address will not be published.