Latest Odisha News

BREAKING NEWS

ସମ୍ବଲପୁରରେ ଚାଞ୍ଚଲ୍ୟ: ପୋଲ ଉପରେ ସ୍କୁଟି ଥୋଇ ମହାନଦୀକୁ ଡେଇଁ ପଡିଲେ ଯୁବକ, କାରଣ ଅସ୍ପଷ୍ଟ

ସମ୍ବଲପୁର : ସମ୍ବଲପୁରରେ ଚାଞ୍ଚଲ୍ୟକର ଘଟଣା ଘଟିଛି  ।  ଚାଉଁରପୁର ପୋଲ ଉପରେ ସ୍କୁଟି ଥୋଇ ମହାନଦୀକୁ ଡେଇଁ ପଡିଛନ୍ତି ଜଣେ ଯୁବକ  । ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟକ୍ତିଙ୍କର କୌଣସି ପତ୍ତା ମିଳିନି  ।  ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଫୋନରେ କଥା ହେବା ପରେ ସେ ପୋଲ ଉପରୁ ପାଣିକୁ ଡେଇଁ ପଡିଥିବା ସୂଚନା ମିଳିଛି। ତେବେ କାହିଁକି ପାଣିକୁ ଡେଇଁଲେ ତାହାର କାରଣ ଖୋଜୁଛି ପୋଲିସ ।

ଘଟଣା ଘଟିବା ସମୟରେ ବହୁ ଲୋକ ମର୍ଣ୍ଣିଂ ଓ୍ବାକ୍ କରୁଥିଲେ  । ସେମାନେ ବ୍ୟକ୍ତି ଜଣଙ୍କୁ ଅଟକାଇବାକୁ ବହୁ ଚେଷ୍ଟା କରିଥିଲେ  । ତଥାପି ନିରାଶ ହୋଇଥିଲେ । ପରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି  । ଘଟଣାସ୍ଥଳରେ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟକ୍ତିଙ୍କର କେହି ପରିବାର ଲୋକ ମଧ୍ୟ ପହଞ୍ଚିନାହାନ୍ତି । ତେବେ ଉକ୍ତ ଗାଡିଟି ସମ୍ବଲପୁର ଆରଟିଓରେ ସୁରେନ୍ଦ୍ର ମିଶ୍ର ନାମକ ବ୍ୟକ୍ତିଙ୍କ ନାଁରେ ପଞ୍ଜୀକୃତ ହୋଇଥିବା ଜଣାପଡିଛି  । ହେଲେ ନଦୀକୁ ଡେଇଁ ପଡିଥିବା ଯୁବକ ଜଣକ ସୁରେନ୍ଦ୍ର ମିଶ୍ର କି ନୁହେଁ , ତାହା ଏ ପର୍ଯ୍ୟନ୍ତ ଜଣାପଡିନି ।

Leave A Reply

Your email address will not be published.