Latest Odisha News

BREAKING NEWS

ଆଉ ନାହାନ୍ତି ଫିଲ୍ମ ନିର୍ଦ୍ଦେଶକ ସିଦ୍ଦିକ ଇସମାଇଲ

ମୁମ୍ବାଇ : ମାଲାୟାଲମ ଚଳଚ୍ଚିତ୍ରର ଜଣାଶୁଣା ଲୋକପ୍ରିୟ ନିର୍ଦ୍ଦେଶକ ସିଦ୍ଦିକ ଇସମାଇଲଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଏହି ଖବର ପ୍ରଚାର ହେବା ପରେ ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଅନେକ କଳାକାର,ପ୍ରଯୋଜକ ଓ ଅନେକ ବ୍ୟକ୍ତିବିଶେଷ ତାଙ୍କର ଶେଷ ଦର୍ଶନ କରିଥିଲେ ।

ସିଦ୍ଦିକ ଗତ କିଛି ଦିନ ହେଲା ସେ ନିମୋନିଆ ଏବଂ ଯକୃତ ରୋଗରେ ପୀଡିତ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କୋଚିର ଅମୃତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସିଦ୍ଦିକ ୧୯୮୯ ମସିହାରେ ମାଲାୟାଲମ ଫିଲ୍ମ ‘ରାମଜୀ ରାଓ ସ୍ପିକ’ରେ ନିର୍ଦ୍ଦେଶକ ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ପରେ ସେ ହରିହର ନାଗର, ଭିଏତନାମ କଲୋନୀ, ଗଡଫାଦର, କାବୁଲିୱାଲା ଏବଂ ହିଟଲର ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କର ଶେଷ ଫିଲ୍ମ ହେଉଛି ‘ବିଗ ବ୍ରଦର’, ଯାହା ବକ୍ସ ଅଫିସରେ ହିଟ ହୋଇଥିଲା । ସେ ସଲମାନ ଖାନଙ୍କ ଫିଲ୍ମ ‘ବଡିଗାର୍ଡ’ର ନିର୍ଦ୍ଦେଶନା ଦେଇଥିଲେ । ୨୦୧୧ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ବେଶ୍ ସଫଳତା ପାଇଥିଲା । ‘ବଡିଗାର୍ଡ’ର ତାମିଲ ସଂସ୍କରଣ ମଧ୍ୟ ସିଦ୍ଦିକଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା । ସିଦ୍ଦିକି ଜଣେ ଅଭିନେତା ସହିିତ ଭଲ ନିର୍ଦ୍ଦେଶକ ମଧ୍ୟ ଥିଲେ ।

Comments are closed.