Latest Odisha News

BREAKING NEWS

ମାଲକାନଗିରି ପୂର୍ବତନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ମାଲକାନଗିରିର ପୂର୍ବତନ ଜିଲ୍ଲାପାଲ ମନୀଷ ଅଗ୍ରଓ୍ୱାଲଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲଙ୍କ ପିଏ ଦେବ ନାରାୟଣ ପଣ୍ଡା ।

BjdElectrycity

୨୦୧୯ ମସିହା ଡିସେମ୍ବର ୨୭ ତାରିଖରେ ନିଖୋଜ ହୋଇଥିଲେ । ତାପରଦିନ ସତୀଗୁଡ଼ା ଡ୍ୟାମରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳଙ୍କ ପରେ ଏସପିଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତ ଦେବ ନାରାୟଣ ପଣ୍ଡାଙ୍କ ପରିବାର ।

ମାଲକାନଗିରି ଏସପି ରିଷିକେଶ ଖିଲ୍ଲାରୀ, ମାଲକାନଗିରି ଥାନା ଆଇଆଇସି ଓ ଓରକେଲ ଥାନା ଆଇଆଇସିଙ୍କ ସମେତ ୬ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ଏସଡିଜେଏମ କୋର୍ଟରେ କମ୍ପ୍ଲେନ୍ କେସ ଦାଖଲ କରିଛନ୍ତି ଦେବନାରାୟଣଙ୍କ ପତ୍ନୀ ବନଜା ପଣ୍ଡା ।

ପୋଲିସ କର୍ମଚାରୀମାନେ ଆସି ବନଜା ପଣ୍ଡା ଓ ତାଙ୍କ ପରିବାରଙ୍କୁ ଧମକ ଚମକ ଦେବା, ହତ୍ୟା ନୁହଁ ବରଂ ଆତ୍ମହତ୍ୟା ବୋଲି ମାନିନେବାକୁ ବାଧ୍ୟ କରିବା ଏବଂ ପିଏଙ୍କ ମୃତ୍ୟୁ ମାମଲାରେ ସଠିକ ତଦନ୍ତ ନ କରିବା ବୋଲି ସଙ୍ଗନ ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.