Latest Odisha News

BREAKING NEWS

ଭାରତୀୟ ସେନାକୁ ମିଳିଲା ୬ ହଜାର ନୂଆ ଲାଇଟ୍ ମେସିନ୍ ଗନ

ନୂଆଦିଲ୍ଲୀ: ସେନାକୁ ମିଳିଲା ଅତ୍ୟାଧୁନିକ ଇସ୍ରାଏଲି ଲାଇଟ୍ ମେସିନ୍ ଗନ । ପ୍ରଥମ ପର୍ଯ୍ୟାୟରେ ୬ ହଜାର ଇସ୍ରାଏଲି ଲାଇଟ୍ ମେସିନ୍ ଗନ୍ ଆସିଛି । ଗତବର୍ଷ ଫାଷ୍ଟ ଟ୍ରାକ୍ ପ୍ରକ୍ରିୟାରେ ୧୬ ହଜାର ଇସ୍ରାଏଲି ଲାଇଟ୍ ମେସିନ୍ ଗନ ପାଇଁ ସରକାର ଅର୍ଡର ଦେଇଥିଲେ । ୬ ହଜାର ଗନ ଆସିଥିବା ବେଳେ ବଳକା ୧୦ ହଜାର ଚଳିତ ବର୍ଷା ମାର୍ଚ୍ଚ ସୁଦ୍ଧା ଆସିବ ବୋଲି ସୂଚନା ମିଳିଛି ।

ଅତ୍ୟାଧୁନିକ ଲାଇଟ୍ ମେସିନ୍ ଗନ ଲାଗି ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ୨୦୧୯ ମାର୍ଚ୍ଚରେ ଏଥିପାଇଁ ଅନୁମତି ଦେଇଥିଲା । ଇସ୍ରାଏଲ୍ ୱିପନ୍ସ ଇଣ୍ଡଷ୍ଟ୍ରୀ ସହ ପ୍ରତିରକ୍ଷା ମନ୍ତ୍ରଣାଳୟ ୧୬ ହଜାର ୪୭୯ଟି ମେସିନ୍ ଗନ ଲାଗି ୮୮୦ କୋଟି ଟଙ୍କାର ଚୁକ୍ତି କରିଥିଲା ।

ଭାରତୀୟ ସେନାକୁ ୪୦ ହଜାର ଲାଇଟ୍ ମେସିନ୍ ଗନର ଆବଶ୍ୟକତା ରହିଛି । ଏବେ ଆସିଥିବା ଇସ୍ରାଏଲି ଲାଇଟ୍ ମେସିନ୍ ଗନ ସେନାର ଶକ୍ତି ବୃଦ୍ଧି କରିବ । ଚୀନ ଓ ପାକିସ୍ତାନ ସହ ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ ଏହା ବେଶ୍ ସହାୟକ ହେବ ।

Leave A Reply

Your email address will not be published.