Latest Odisha News

ଦେଶରେ କରୋନାରୁ ସୁସ୍ଥ ହେଲେଣି ପାଖାପାଖି ୯୭% ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଧୀରେ ଧୀରେ ଖସୁଛି । ଦୈନିକ କମ୍ ଆକ୍ରାନ୍ତଙ୍କ ଚିହ୍ନଟ ହେଉଛନ୍ତି । ପାଖାପାଖି ୯୭ ପ୍ରତିଶତ ସୁସ୍ଥ ହେଲେଣି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୧୮ ହଜାର ୮୫୫ ଜଣ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୨୦ହଜାର ୭୪୬ ଆକ୍ରାନ୍ତ । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୭ଲକ୍ଷ ୨୦ହଜାର ୪୮କୁ ବୃଦ୍ଧି ପାଇଛି ।
ଦେଶରେ କରୋନାରୁ ଆରୋଗ୍ୟ ଲାଭ କଲେଣି ୧କୋଟି ୩ଲକ୍ଷ ୯୪ହଜାର ୩୫୨ ଆକ୍ରାନ୍ତ । ସୁସ୍ଥହାର ରହିଛି ୯୬.୯୬% । ଏବେ ଦେଶରେ ୧ ଲକ୍ଷ ୭୧ହଜାର ୬୮୬ଟି ଆକ୍ଟିଭ୍ କେସ୍ ରହିଛି ।

ସେହିପରି ଗତ ୨୪ ଘଣ୍ଟାରେ ମହାମାରୀ ଆଉ ୧୬୩ ଆକ୍ରାନ୍ତଙ୍କ ଜୀବନ ନେଇଛି । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୪ହଜାର ୧୦କୁ ବୃଦ୍ଧି ପାଇଛି । ଦେଶରେ କରୋନା ମୃତ୍ୟୁହାର ରହିଛି ୧.୪୪% । ସେହିପରି ମହାମାରୀ ଭିତରେ ଦେଶେର କୋଭିଡ୍ ଟିକା ନେଲେଣି ୨୯ଲକ୍ଷ ୨୮ହଜାର ୫୩ ଜଣ ।

Leave A Reply

Your email address will not be published.