Latest Odisha News

BREAKING NEWS

ସନ୍ଦେହ ଘେରରେ ପୋଲିସ ଏଫଓଙ୍କ ମୃତ୍ୟୁ

ରାୟଗଡା: ରାୟଗଡା ଏସପି ଙ୍କ ବାସଭବନରେ କାର୍ଯ୍ୟରତ କୁକ୍ ବା ଏଫ୍ଓ ବି. ହରିଶଙ୍କର ରାଓ ଙ୍କ ସନ୍ଦେହ ଜନକ ଭାବେ ଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ତାହା ଏଯାଏଁ ସ୍ପଷ୍ଟ ହୋଇନି । ବର୍ତ୍ତମାନ ତାଙ୍କ ମୃତ ଶରୀର ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ବ୍ୟବଛେଦ ଗୃହରେ ରଖାଯାଇଛି ।

ସୂଚନାରୁ ପ୍ରକାଶଯେ, ମୃତ ହରିଶଙ୍କର ରାଓ ଗତକାଲି ନିଜ ସଂପର୍କୀୟ ଘରକୁ ଆନ୍ଧ୍ରର ଶ୍ରୀକାକୁଲମ କୁ ଯାଇଥିଲେ । ତେବେ ସେ ଟ୍ରେନରେ ଫେରିବା ସମୟରେ ରାୟଗଡା ଷ୍ଟେସନ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମୃତ ହରିଶଙ୍କର ଦୀର୍ଘ ବର୍ଷ ହେବ ରାୟଗଡା ଏସପି ଙ୍କ ବାସଭବନରେ କୁକ୍ ଭାବେ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ମୃତ ଶରୀର ମେଡିକାଲରେ ରହିଥିବା ବେଳେ ମୃତଦେହକୁ ଏଯାଏଁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇନି ।

ଅନ୍ୟପଟେ ତାଙ୍କ ଘର ସମ୍ମୁଖରେ ସ୍ତାନୀୟ ଲୋକ ଓ ସଂପର୍କୀୟଙ୍କ ଭିଡ ଲାଗିଛି । ସେ ଗତ କିଛି ଦିନ ଧରି ମାନସିକ ଚାପରେ ଥିବା ଜଣାପଡିଛି । ତେବେ ଏନେଇ ପରିବାର କିମ୍ବା ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ସେହିପରି ଘର ଆଗରେ ସାଧା ପୋଷାକ ଧାରି ପୋଲିସ ମୁତ୍ତୟନ କରାଯାଇଛି ଏବଂ ପୋଲିସ ମୃତକଙ୍କ ପରିବାର ସହିତ କାହାକୁ ମିଳାମିଶା କରିବାକୁ ଦେଉନାହାନ୍ତି । ଏପରିକି ଗଣମାଧ୍ୟମ ପ୍ରତିନିଧି ଙ୍କୁ ମଧ୍ୟ ଘର ଭିତରକୁ ଛଡା ଯାଉନି । ଯାହାକୁ ନେଇ ଅନେକ ସଂନ୍ଦେହ ସୃଷ୍ଟି ହୋଇଛି । ଏ ସଂପର୍କରେ ସ୍ଥାନୀୟ ପୋଲିସ କିମ୍ବା ରାୟଗଡା ଏସପି ବିବେକାନନ୍ଦ ଶର୍ମା ଙ୍କ ପ୍ରତିକ୍ରିୟା ମିଳିପାରିନି ।

Leave A Reply

Your email address will not be published.