Latest Odisha News

BREAKING NEWS

ଗୋଟିଏ ରାତିରେ ଦୁଇ ଦୁଇଟି ମନ୍ଦିରରୁ ଚୋରୀ, ଲୁଟିନେଲେ ଅଳଙ୍କାର ସମେତ ହୁଣ୍ଡୀ ବାକ୍ସ

ଭଦ୍ରକ: ଗୋଟିଏ ରାତିରେ ଦୁଇ ଦୁଇଟି ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା । ଠାକୁରଙ୍କ ଅଳଙ୍କାର ସମେତ ହୁଣ୍ଡୀ ବାକ୍ସକୁ ନେଇ ଚାଲିଗଲେ ଦୁର୍ବୃତ । ଘଟଣା ଘଟିଛି ଭଦ୍ରକ ପୁରୁଣା ବଜ଼ାର ଥାନା ନିକଟ ସନ୍ଥିଆରେ ଥିବା ସର୍ବ ପୂରାତନ ମଦନ ମୋହନ ଓ ଗୋବିନ୍ଦ ଜୀଉ ମନ୍ଦିରରେ । ସକାଳୁ ପୂଜାରୀ ଆସି ମନ୍ଦିର ପହଡ ଫିଟେଇବା ବେଳକୁ ଚୋରୀ ଘଟଣା ଜାଣିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଭଦ୍ରକ ପୁରୁଣା ବଜ଼ାର ଥାନା ନିକଟ ସନ୍ଥିଆରେ ଥିବା ସର୍ବ ପୂରାତନ ମଦନ ମୋହନ ଓ ଗୋବିନ୍ଦ ଜୀଉ ମନ୍ଦିରରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ଦୁଇଟି ମନ୍ଦିରର ତାଲା ଭାଙ୍ଗି ହୁଣ୍ଡୀ ବାକ୍ସ ସହ ଠାକୁରଙ୍କ ଅଳଙ୍କାର ଲୁଟି ନେଇଛନ୍ତି । ତେବେ ଦୁଇଟି ହୁଣ୍ଡୀ ବାକ୍ସରେ କେତେ ଟଙ୍କା ଥିଲା ତାହାର ସଠିକ ତଥ୍ୟ ମିଳି ନଥିବା ବେଳେ ଆଜି ସକାଳୁ ପାଖ ପଡିଆରୁ ଦୁଇଟି ହୁଣ୍ଡୀ ବାକ୍ସ ପଡିଥିବା ଦେଖିବାକୁ ମିଳିଥିଲା । ପୁରୁଣା ବଜ଼ାର ପୋଲିସ ଓ ସିଟି ଡିଏସପି ଅଂଶୁମାନ ଦିବେଦୀ ଘଟଣାସ୍ଥଳରେ ପହଞ୍ଚି  ସିସିଟିଭି ଫୁଟେଜ ଯାଞ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.