Latest Odisha News

BREAKING NEWS

ଗରମ ଡାଲିରେ ପଡି ଛାତ୍ର ମୃତ୍ୟୁ ଘଟଣାରେ WEO, ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକର ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ   ଗରମ  ଡାଲିରେ ପଡି ଛାତ୍ରଙ୍କର ମୃତ୍ୟୁ ଘଟଣାରେ କୋଇଡା ବ୍ଲକ WEO (Welfare Extension Officer) ବିକାଶ ରଞ୍ଜନ ନାଏକ ଏବଂ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ଏହି ଘଟଣାରେ ସୁନ୍ଦରଗଡ DWO (District Welfare Officer) ଏକ କାରଣ ଦର୍ଶାଆ ନୋଟିସ ଜାରି କରିଛନ୍ତି ।

ରୋଷେଇବେଳେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ରୋଷେୟାଙ୍କୁ ସାହାଯ୍ୟ କରୁଥିବାବେଳେ ଗରମ ଡାଲିରେ ପଡି ଯିବାରୁ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଲା । ଏହା ହଷ୍ଟେଲର ପରିଚାଳନାଗତ ତ୍ରୁଟିକୁ ଦର୍ଶାଉଛି । ହଷ୍ଟେଲ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ତଥା WEO ଏବଂ ପ୍ରଧାନଶିକ୍ଷୟିତ୍ରୀଙ୍କର କର୍ତ୍ତବ୍ୟରେ ଅବହେଳା ଯୋଗୁ ଏପରି ଅଘଟଣ ଘଟିଥିବା  ଉଲ୍ଲେଖ କରି ଅନୁସୂଚିତ ଜାତି ଓ ଜନଜାତି ବିକାଶ ସଚିବ ରୁପା ରୋଶନ ସାହୁ ଏକ ଚିଠି  DWOଙ୍କୁ ଦେଇଛନ୍ତି । ମୃତ୍ୟୁର ୩ ଦିନ ପରେ ବି ଏହି ଘଟଣାରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆ ନାହିଁ ତାର ଜବାବ ଦେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ସୂଚନାଥାଉ କି, ଗତ  ୬ ତାରିଖରେ  ଉକ୍ତ ବିଦ୍ୟାଳୟର  ହଷ୍ଟେଲରେ ରୋଷେଇ ଚାଲିଥିବାବେଳେ  ବାଳକ ଜଣକ ରୋଷେୟାକୁ ସାହାଯ୍ୟ କରୁଥିଲେ  । ହେଲେ ଅସାବଧାନତା ବଶତଃ କେମିତି କେଜାଣି ଗରମ ଡାଲି ହାଣ୍ଡିରେ ପଡି ଯାଇଥିଲେ ।  ତାଙ୍କୁ ପ୍ରଥମେ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ପରେ ଅବସ୍ଥା ଖରାପ ହେବାରୁ ତାଙ୍କୁ  ରାଉରକେଲା ଆରଜିଏଚକୁ ସ୍ଥାନନ୍ତର କରଯାଇଥିଲା  ।

ଗତ ରବିବାର  ରାତିରେ  ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ବାଳକଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ଘଟଣା ବିଷୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୂଚନା ଦେଇଥିଲେ ।

ତେବେ ନିଲମ୍ବିତ WEO ଏବଂ ପ୍ରଧାନଶିକ୍ଷୟିତ୍ରୀଙ୍କୁ ବଣାଇ ସବକଲେକ୍ଟରଙ୍କ ଅଫିସକୁ ପଠାଇ ଦିଆଯାଇଛି ଏବଂ ଉଚ୍ଚ ଅଧିକାରୀଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡି ନ ଯିବା ପାଇଁ ତାଗିଦ କରାଯାଇଛି ।

Leave A Reply

Your email address will not be published.