Latest Odisha News

ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ ! ମାରିସାରିଲାଣି ୨୬ଟି ମେଣ୍ଢା, ବନ ବିଭାଗର ତନାଘନା

କଟକ : ନିଆଳିକୁ ପୁଣି ଫେରିଛି ଅଜଣା ଜନ୍ତୁ ଆତଙ୍କ ! କଣ୍ଟାପଡ଼ା ବ୍ଲକ ନାହାଳପୁର ପଞ୍ଚାୟତ ଗୁଣାଦୋଳ ଗାଁରେ ସୋମବାର ବିଳମ୍ବିତ ରାତିରେ ଅଜଣା ଜନ୍ତୁ ଗୁହାଳରେ ପଶି ୧୦ଟି ମେଣ୍ଢାଙ୍କୁ ମାରିଥିବା ଅଭିଯୋଗ ହୋଇଛି । ଗାଁର ଶରତ ଚୌଧୁରୀଙ୍କ ଆଜି ସକାଳେ ଗୁହାଳ ଖୋଲିବାପରେ ୧୦ଟି ମେଣ୍ଢାଙ୍କ ରକ୍ତାକ୍ତ ମୃତଦେହ ଏଣେତେଣେ ପଡିଥିବା ଦେଖିବାକୁ ପାଇଥିଲେ। ମୃତ ମେଣ୍ଢାଙ୍କ ଅନ୍ତବୁଜୁଳା ବାହାରିଥିବା ଦେଖି କୌଣସି ଅଜଣା ହିଂସ୍ର ଜନ୍ତୁ ମେଣ୍ଢାଙ୍କୁ ମାରିଥିବା ଅନୁମାନ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।

କେବଳ ଶରତଙ୍କ ଗୁହାଳ ନୁହେଁ, ୪ ଦିନ ପୂର୍ବରୁ ଗୁଣାଦୋଳା ଗାଁର ଆଉ ଜଣେ ମେଣ୍ଢା ପାଳକଙ୍କ ୧୬ଟି ମେଣ୍ଢାକୁ ନିଜ ଶିକାର କରିଛି ଅଜଣା ଜନ୍ତୁ । ଗୋଟିଏ ସପ୍ତାହ ଭିତରେ ଏଯାବତ ୨୬ଟି ମେଣ୍ଢାକୁ ମରିବା ପରେ ଏବେ ଚିନ୍ତାରେ ନାହାଳପୁର ପଞ୍ଚାୟତର ମେଣ୍ଢା ଚାଷୀ। ଖବର ପାଇ ପୋଲିସ ଓ ବନବିଭାଗ ଗୁଣାଦୋଳା ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ବଡ଼କଥା ହେଲା କିଛି ବର୍ଷ ପୂର୍ବରୁ ଓ ଏବେ ପୁଣିଥରେ ନିଆଳି ଅଞ୍ଚଳରେ ଅଜଣା ଜନ୍ତୁ ଆକ୍ରମଣରେ ଅନେକ ମେଣ୍ଢାଙ୍କ ମୃତ୍ୟୁ ହୋଇଛି କିନ୍ତୁ କେଉଁ ଅଜଣା ଜନ୍ତୁ ଆକ୍ରମଣ କରୁଛି ତାହା ଆଜି ପର୍ଯ୍ୟନ୍ତ ଜଣାପଡିନାହିଁ। ସେପଟେ ପୁଣି ଅଜଣା ଜନ୍ତୁ ଆତଙ୍କ ପରେ ଏବେ ଚିନ୍ତା ଓ ଭ‌ୟରେ ଅଛନ୍ତି ସ୍ଥାନୀୟ ମେଣ୍ଢା ପାଳକ ।

 

Leave A Reply

Your email address will not be published.