Latest Odisha News

BREAKING NEWS

ସାବଧାନ, ମାତିଛି ଚୁମା ପାଗଳ! ଦେଖନ୍ତୁ ଭିଡିଓ

ପାଟନା: ସାବଧାନ, ଏବେ ମାତିଛି ଚୁମା ପାଗଳ । ବିହାରର ଜମୁଇ ଅଞ୍ଚଳରେ ଏବେ ଜଣେ ଯୁବକଙ୍କ କାରନାମାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବାସ୍ତବରେ ଯୁବକ ଜଣକ ଯେଉଁ ମହିଳାଙ୍କୁ ଦେଖୁଛନ୍ତି ତାଙ୍କ ସହ ଅସଦାଚରଣ କରୁଛି । କିଛି ଦିନ ହେଲା ଏଭଳି ଅଭିଯୋଗ ଆସୁଥିଲେ ବି ଯୁବକ ବାବଦରେ କୌଣସି ତଥ୍ୟ ମିଳିପାରୁନଥିଲା । ତେବେ ଗତକାଲି ଏହି ଯୁବକର ଭିଡିଓ ସିସିଟିଭିରେ କଏଦ ହୋଇଛି । ସୂଚନା ପ୍ରକାରେ ଗତକାଲି ଜମୁଇ ହସ୍ପିଟାଲ ପରିସରରେ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀ ଫୋନରେ କଥା ହେଉଥିବାବେଳେ କେହି ନଥିବାର ସୁଯୋଗ ନେଇ ଜଣେ ଯୁବକ ମହିଳାଙ୍କ ପାଖକୁ ଆସିଥିଲେ । ତାଙ୍କୁ ଜୋରଜବରଦସ୍ତ ଚୁମ୍ବନ ଦେଇ ଚାଲିଯାଇଥିଲେ । ତେବେ ଯୁବକଙ୍କ ଏହି କାରନାମା ନିକଟରେ ଲାଗିଥିବା ଏକ ସିସିଟିଭିରେ ରେକର୍ଡ ହୋଇଯାଇଥିଲା ।


ଏହାପରେ ମହିଳା ସ୍ୱାସ୍ଥ୍ୟକର୍ମୀ ଜଣକ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଓ ଏବେ ପୋଲିସ ମାମଲା ରୁଜୁ କରି ଯୁବକଙ୍କୁ ଖୋଜୁଛି । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଉଲ୍ଲେଖ ଥାଉ କି ଏଭଳି ଘଟଣା ବାବଦରେ ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଥିଲେ ବି ପୋଲିସ ହାତରେ କୌଣସି ପ୍ରମାଣ ନଥିଲା । ବର୍ତ୍ତମାନ ଜୋରଜବରଦସ୍ତ ଚୁମ୍ବନ ଦେବାର ଏହି ଭିଡିଓ ଏବେ ସାମ୍ନାକୁ ଆସିବା ପରେ ଯୁବକକୁ ଧରିବାକୁ ପୁଲିସ ଛାନଭିନ ଚଳାଇଛି ।

Leave A Reply

Your email address will not be published.