ସାନା: ୟେମେନ୍ରେ କେରଳୀ ନର୍ସ ନିମିଶା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍ । ଏନେଇ ‘ଗ୍ରାଣ୍ଡ୍ ମୁଫ୍ତି ଅଫ୍ ଇଣ୍ଡିଆ’ ଅଫିସ୍ ପକ୍ଷରୁ ଘୋଷଣା କରାଯାଇଛି । ୟେମେନର ରାଜଧାନୀ ସାନାରେ ଏକ ହାଇ ଲେଭଲ ମିଟିଂ ପରେ ଏହି ନିଷ୍ପତ୍ତି ନିଆଯାଇଛି । ୟେମେନ୍ ନାଗରିକଙ୍କୁ ହତ୍ୟା ଅଭିଯୋଗରେ ତାଙ୍କୁ ମିଳିଥିଲା ଫାଶିଦଣ୍ଡ । ପୂର୍ବରୁ ଫାଶି ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ ସ୍ଥାନୀୟ କୋର୍ଟ ।
ସୂଚନାଯୋଗ୍ୟ, ୟେମେନ ନାଗରିକ ତଲାଲ ଆବଦୋ ମହଦିଙ୍କୁ ହତ୍ୟା ଅଭିଯୋଗରେ ନିମିଶା ପ୍ରିୟାଙ୍କୁ ଫାଶୀ ଦଣ୍ଡ ମିଳିଥିଲା । ତଲାଲଙ୍କୁ ୨୦୧୭ ମସିହାରେ ନିମିଶା ପ୍ରିୟା ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ନିଜ ପାସପୋର୍ଟ ମୁକୁଳାଇବା ପାଇଁ ୟେମେନୀ ନାଗରିକ ମେହେଦିଙ୍କୁ ନିମିଷା ନିଶା ଇଞ୍ଜେକସନ ଦେଇଥିବା ଅଭିଯୋଗ ହୋଇଥିଲା । ଓଭରଡୋଜ ଯୋଗୁଁ ମେହେଦିଙ୍କର ମୃତ୍ୟୁ ହୋଇଥିଲା ।
୨୦୨୦ ମସିହାରେ ରେ ୟେମେନର ଟ୍ରାଏଲ କୋର୍ଟ ନିମିଷାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ । ୨୦୨୩ ମସିହାରେ ସୁପ୍ରିମ ଜୁଡିସିଆଲ କାଉନସିଲ ମଧ୍ୟ ତଳ କୋର୍ଟ ରାୟକୁ ବଜାୟ ରଖିଥିଲେ । ୨୦୨୪ ଡିସେମ୍ବର ୩୦ରେ ୟେମେନର ରାଷ୍ଟ୍ରପତି ରାଶାଦ ଅଲ-ଅଲିମୀ ମୃତ୍ୟୁଦଣ୍ଡକୁ ଅନୁମୋଦନ କରିଥିଲେ । ଗତ୧୬ ତାରିଖରେ କେରଳ ନର୍ସ ନିମିଷାଙ୍କୁ ଫାଶୀ ହେବାର ଥିଲା । କିନ୍ତୁ ଭାରତର ହସ୍ତକ୍ଷେପ ଫଳରେ ୧୫ ତାରଖରେ ଫାଶୀ ଘୁଞ୍ଚାଇଥିଲେ ୟେମେନ ପ୍ରଶାସନ ।
ତେବେ ଶରିଆ ଆଇନ ଅନୁଯାୟୀ ବ୍ଲଡ ମନି ଦେଇ ବୁଝାମଣା କରିବାର ରାସ୍ତା ଖୋଲା ରଖିଥିଲେ । ବ୍ଲଡମନି ନେଇ ଗ୍ରାଣ୍ଡ ମୁଫତି କନ୍ଥପୁରମ ଏପି ଅବୁବକ୍କର କଥାବାର୍ତ୍ତା ପାଇଁ ଅଗେଇ ଆସିବାରୁ ସ୍ଥଗିତ ହୋଇଥିଲା ମୃତ୍ୟୁ ଦଣ୍ଡ । ସ୍ଥଗିତ ରହିଥିବା ନିମିଷାଙ୍କ ମୃତ୍ୟୁଦଣ୍ଡ ଏବେ ସମ୍ପୂର୍ଣ୍ଣ ରଦ୍ଦ ହୋଇଛି । ଅନ୍ୟ ଅନ୍ତର୍ଜାତୀୟ କୂଟନୀତିଜ୍ଞମାନଙ୍କ ସହ ମିଶି ସେ ଏଥିପାଇଁ କାର୍ଯ୍ୟ କରିଥିଲେ । ଯାହାଫଳରେ ତାଙ୍କୁ ଫାଶୀ ନହେବା ନେଇ କୁହାଯାଉଛି ।
Comments are closed.