ଭୁବନେଶ୍ବର: ଛତିଶଗଡ଼ର ବିଳାସପୁର ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନ୍ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବିଲାସପୁର ଜିଲ୍ଲାପାଳ ସଂଜୟ ଅଗ୍ରୱାଲ କହିଛନ୍ତି ମୃତକଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି ।
ବିଳାସପୁର ଟ୍ରେନ ଏହି ଦୁର୍ଘଟଣାରେ ଦୁଃଖପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ନିଜର ଆତ୍ମୀୟଙ୍କୁ ହରାଇଥିବା ପରିବାର ପ୍ରତି ସମବେଦନା ଜଣାଉଛି । ଏହି ଦୁର୍ଘଟଣାରେ ଆହତ ଯାତ୍ରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି । ଏହି ଦୁର୍ଘଟଣାରେ ପ୍ରଭାବିତ ପରିବାରକୁ ସାହାସ ଯୋଗାଇବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।
ସେପେଟ ଦୁର୍ଘଟଣା ପରେ କ୍ଷତିପୂରଣ ରାଶି ଘୋଷଣା ହୋଇଛି । ରେଲଓ୍ୱେ ପକ୍ଷରୁ ଏହି କ୍ଷତିପୂରଣ ପ୍ରଦାନ କରାଯାଇଛି । ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା ହୋଇଥିବା ବେଳେ ଗୁରୁତର ଆହତଙ୍କ ପାଇଁ ୫ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତ ଯାତ୍ରୀଙ୍କ ପାଇଁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଘୋଷଣା ହୋଇଛି । ବର୍ତ୍ତମାନ ସୁଦ୍ଧା ଟ୍ରେନରେ ଫଶି ରହିଛନ୍ତି ଲୋକେ । ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଏବଂ ଉଦ୍ଧାର କାମ ଜାରି ରହିଛି ।
Comments are closed.