Latest Odisha News

ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଦେବ ଦୀପାବଳି

ପୁରୀ: ଆସନ୍ତାକାଲିଠାରୁ ତିନିଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପାଳନ ହେବ ଆଲୋକର ଉତ୍ସବ। ଏହାକୁ ଦେବଦୀପାବଳି ବୋଲି କୁହାଯାଏ ।

ଏହି ଉତ୍ସବ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ପାଳନ କରାଯାଏ । ପରମ୍ପରା ଅନୁସାରେ ଏହିଦିନ ତିନି ଦିଅଁଙ୍କର ଶ୍ରାଦ୍ଧ ବେଶ ହୋଇଥାଏ । ତିନିଠାକୁର ନିଜର ପିତୃପୁରୁଷଙ୍କୁ ଏହିଅବସରରେ ଶ୍ରାଦ୍ଧ ତର୍ପଣ କରିଥାନ୍ତି ।

ଶ୍ରାଦ୍ଧ ବେଶରେ ମହାପ୍ରଭୁ ହଳଦିଆ ପାଢ଼ି ଦିଆ ଧଳା ବସ୍ତ୍ର ପରିଧାନ କରନ୍ତି ସେହିଭଳି କଳା ପାଢି ଦିଆ ଧଳା ବସ୍ତ୍ର ପ୍ରଭୁ ବଳଦେବ ପରିଧାନ କରୁଥିବା ବେଳେ ମା ସୁଭଦ୍ରା ନାଲି ପାଢ଼ି ଦିଆ ଧଳା ବସ୍ତ୍ର ପରିଧାନ କରନ୍ତି।

ତେବେ ଏହି ଅବସରରେ ମନ୍ଦିର ଉପରକୁ ମହାଦୀପ ଉଠାଯାଏ । ଦୀପର ଆଲୋକ ସାଙ୍ଗକୁ ଆତସବାଜିର ପଦର୍ଶନ ଦେଖିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଏଠାରେ ଜମିଥାଏ।

ଶ୍ରୀମନ୍ଦିର ପ୍ରତିଷ୍ଠା କରି ତିନିଠାକୁରଙ୍କୁ ସ୍ଥାପନା କରିଥିବା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ପ୍ରଥମ ଦିନରେ ମହାପ୍ରଭୁ ଜଗନ୍ନାଥ ପିଣ୍ଡ ଦାନ କରିଥାନ୍ତି ।

ଶ୍ରୀ ମନ୍ଦିରର ମାଲିକାନା ଉପରେ କେହି ଦାବି ନକରିବା ପାଇଁ ତାଙ୍କ ବଂଶ ଲୋପ କାରିଦେବାକୁ ରାଜା ଇନ୍ଦ୍ରଦ୍ୟୁମ୍ନ ଜଗନ୍ନାଥଙ୍କୁ ବର ମାଗିଥିଲେ । ସେଥିପାଇଁ ଜଗନ୍ନାଥ ନିଜେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଶ୍ରାଦ୍ଧ ତର୍ପଣ କରନ୍ତି ।

ଦ୍ଵିତୀୟ ଦିନରେ ପୁରୁଷୋତ୍ତମ ରାମଙ୍କ ବେଶରେ ଶ୍ରୀ ଜଗନ୍ନାଥ ତାଙ୍କ ପିତା ରାଜା ଦଶରଥଙ୍କୁ ଓ କୃଷ୍ଣଙ୍କ ବେଶରେ ବାସୁଦେବ ଓ ଦେବକିଙ୍କୁ ଶ୍ରାଦ୍ଧ ତର୍ପଣ କରନ୍ତି ।

ତୃତୀୟଦିନରେ ନନ୍ଦ ଯଶୋଦାଙ୍କୁ ଶ୍ରାଦ୍ଧ ତର୍ପଣ କରାଯାଏ ।

Comments are closed.