Latest Odisha News

BREAKING NEWS

ଫେସବୁକରେ ହତ୍ୟା ଧମକ ଦେଇ ଗିରଫ ହେଲେ ଯୁବକ

ଭୁବନେଶ୍ୱର: ଫେସବୁକ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଜଣେ ବ୍ୟକ୍ତିଙ୍କୁ ଅଶ୍ଲୀଳ କମେଣ୍ଟ ଓ ହତ୍ୟା ଧମକ ଦେବା ଅଭିଯୋଗରେ କମିଶନରେଟ୍ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି ।

ସମ୍ପୃକ୍ତ ଯୁବକଙ୍କ ନାମ ଉଦୟ ଜେନା (୨୧) ଏବଂ ସେ ଯାଜପୁର ଜିଲ୍ଲା ପାଣିକୋଇଲି ନିକଟ ସାହପୁରର ବାସିନ୍ଦା ।

ଭୁବନେଶ୍ୱରର ନୀଳାଦ୍ରି ବିହାର ସ୍ଥିତ ଅନିଲ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ପୋଲିସର ସୂଚନାନୁଯାୟୀ, ଅନିଲ୍ ଗତ କିଛି ଦିନ ତଳେ ନିଜ ଫେସବୁକ ଆକାଉଣ୍ଟରେ ଏକ ଫଟୋ ଅପଲୋଡ୍ କରିଥିଲେ । ଉକ୍ତ ଫଟୋରେ କମେଣ୍ଟ ଦେଇ ଉଦୟ ଏକ ଅଶ୍ଲୀଳ ଫଟୋ ପୋଷ୍ଟ କରିବା ସହ ଗାଳି ମଧ୍ୟ ଦେଇଥିଲେ । ପରେ ଫେସବୁକ୍ ଆକାଉଣ୍ଟରୁ ଅନିଲଙ୍କ ଫୋନ୍ ନମ୍ବର ବାହାର କରିବା ସହ ତାଙ୍କୁ କଲ୍ କରି ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲା ।

ଏହି ଘଟଣାରେ ଅନିଲ ଚନ୍ଦ୍ରଶେଖରପୁର ଥାନାରେ ଏକ ମାମଲା ଦାଏର କରିଥିଲେ । ପରେ ପୋଲିସ ଉଦୟର ମୋବାଇଲ୍ ନଂ ଟ୍ରାକ୍ କରିବା ସହ ତାକୁ ପାଣିକୋଇଲି ଅଞ୍ଚଳରୁ ଗିରଫ କରିଛି । ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.