Latest Odisha News

BREAKING NEWS

ଏନସିଏ ପ୍ରୋଗ୍ରାମ ପାଇଁ ମନୋନୀତ ହେଲେ ଓଡିଶାର ଦେବାଶୀଷ

ଭୁବନେଶ୍ୱର: ଓଡିଶାର ପୂର୍ବତନ ଟିମ ଇଣ୍ଡିଆ ପେସର ଦେବାଶୀଷ ମହାନ୍ତିଙ୍କୁ ଜାତୀୟ କ୍ରିକେଟ ଏକାଡେମୀ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛି । ଏନସିଏ ହାଇ ପର୍ଫରମାନ୍ସ ବୋଲିଂ ଇଟର୍ଣ୍ଣଶିପ ପାଇଁ ଦେବାଶୀଷଙ୍କୁ ଚୟନ କରିଛି । ଏହି କାର୍ଯ୍ୟକ୍ରମ ବାଙ୍ଗାଲୋରରେ ଜୁନ ୨୦ରୁ ଆରମ୍ଭ ହେବ । ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ରବିବାର ଏ ସମ୍ପର୍କରେ ସୂଚନା ଦିଆଯାଇଛି । ୪୬ ବର୍ଷୀୟ ମହାନ୍ତି ୧୯୯୭ରୁ ୨୦୦୧ ପର୍ଯ୍ୟନ୍ତ ଭାରତ ପକ୍ଷରୁ ୨ଟି ଟେଷ୍ଟ ଓ ୪୫ ଦିନିକିଆ ମ୍ୟାଚ ଖେଳିଛନ୍ତି ।

ସେ ଯଥାକ୍ରମେ ୪ ଏବଂ ୫୭ ୱିକେଟ ହାସଲ କରି ନିଜ ଦକ୍ଷତା ପ୍ରତପାଦିତ କରିପାରିଥିଲେ । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ସେ ସମସ୍ତ ୪ଟି ଯାକ ୱିକେଟ ହାସଲ କରିଥିଲେ । ସେ ଏହା ବ୍ୟତୀତ ଜାତୀୟ ଚୟନ କମିଟିର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଦେବାଶୀଷଙ୍କ ଉପସ୍ଥିତି ଯୁବ ଖେଳାଳିଙ୍କ ପାଇଁ ସହାୟ ହେବ ବୋଲି ଓସିଏ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.