Latest Odisha News

ଆଶେସ ସିରିଜ: ତୃତୀୟ ଦିବସରେ ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ, ଇଂଲଣ୍ଡ ୩୫ ରନରେ ଅଗ୍ରଣୀ

ବର୍ମିଂହାମ: ଏଠାରେ ଚାଲିଥିବା ଆଶେସ ସିରିଜର ପ୍ରଥମ କ୍ରିକେଟ ଟେଷ୍ଟରେ ତୃତୀୟ ଦିବସରେ ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ୩୫ ରନର ଅଗ୍ରଣୀ ହାସଲ କରି ଖେଳୁଛି । ପୂର୍ବରୁ ଜୋ ରୁଟଙ୍କ ୧୧୮ ରନ ସହାୟତାରେ ଇଂଲଣ୍ଡ ପ୍ରଥମ ଇନିଂସରେ ୮ ୱିକେଟ ବିନିମୟରେ ୩୯୩ ରନ କରି ଇନିଂସ ଘୋଷଣା କରିଥିଲା । ନାଥାନ ଲାୟନ ସର୍ବାଧିକ ୪ଟି ୱିକେଟ ନେଇଥିଲେ । ଏହାର ଜବାବରେ ଅଷ୍ଟ୍ରେଲିଆ ୩୮୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଉସମାନ ଖ୍ୱାଜା ୧୪୧ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ଷ୍ଟୁଆର୍ଟ ବ୍ରଡ ବିପକ୍ଷ ଦଳର ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ହାସଲ କରିଥିଲେ ।

ପ୍ରଥମ ଇନିଂସରେ ୭ ରନ ଅଗ୍ରଣୀ ହାସଲ କରିଥିବା ଇଂଲଣ୍ଡ ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ ହେଲା ବେଳକୁ ୨ ୱିକେଟ ହରାଇ ୨୮ ରନ କରିଛି । ଜୋ ରୁଟ ଓ ଓଲୀ ପୋପ ଖାତା ନ ଖୋଲି ଅପରାଜିତ ରହିଛନ୍ତି । ଜ୍ୟାକ କ୍ରାଉଲେ ୭ ଓ ବେନ ଡକେଟ ୧୯ ରନ କରି ପ୍ୟାଭିଲିୟନ ଫେରି ଯାଇଛନ୍ତି । ପ୍ୟାଟ କମିନ୍ସ ଓ ସ୍କଟ ବୋଲାଣ୍ଡ ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଛନ୍ତି ।

Leave A Reply

Your email address will not be published.