Latest Odisha News

BREAKING NEWS

‘ବିଧାନସଭାରୁ ସଂସଦକୁ ଯିବା ମୋ ପାଇଁ ପ୍ରମୋସନ’

କଟକ: ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ଦେବାଶିଷ ସାମନ୍ତରାୟ । କହିଲେ ‘ବିଧାନସଭାରୁ ସଂସଦକୁ ଯିବା ମୋ ପାଇଁ ବହୁତ ବଡ଼ ସୁଯୋଗ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଁ ଧନ୍ୟବାଦ ଜଣାଉଛି’। ସେ ଆହୁରି କହିଛନ୍ତି, ‘ଦଳର ଆଭିମୁଖ୍ୟ ଓ ଓଡ଼ିଶାରେ ଯାହା ସମସ୍ୟା ରହିଛି ମୁଁ ସଂସଦରେ ଉପସ୍ଥାପନ କରିବି । କଟକ-ବାରବାଟୀରେ ଅନେକ ସମସ୍ୟା ରହିଛି । ତାକୁ ମଧ୍ୟ ସଂସଦରେ ଉପସ୍ଥାପନ କରିବି’ ।

ଦେବାଶିଷ ଆହୁରି କହିଛନ୍ତି ଯେ, ‘ବିଧାନସଭାରୁ ରାଜ୍ୟସଭାକୁ ଯିବା ତାଙ୍କ ପାଇଁ ମୋ ପାଇଁ ପ୍ରମୋସନ ପରି । ରାଜ୍ୟସଭା ପ୍ରାର୍ଥୀ ଭାଵେ ନାଁ ଘୋଷଣା ହେଵା ମୋ ପାଇଁ ଏକ ସରପ୍ରାଇଜ ଥିଲା । କଟକ-ବାରବାଟୀ ବିଜୁବାବୁଙ୍କ ଜନ୍ମମାଟି । ନବୀନ ବାବୁ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତି । ରାଜ୍ୟସଭା ଭଳି ବାରଵାଟୀ କଟକ ଆସନ ପାଇଁ ପ୍ରାର୍ଥୀ ନିଷ୍ପତ୍ତି ବି ଚମତ୍କାର ହେବ’ ।

ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ, ଯାହା ନିର୍ଦ୍ଦେଶ ଦେବେ ତାହା ପାଳନ କରିବି । ନିର୍ବାଚନରେ ଏଥର ବଜେଡି ଭଲ ପ୍ରଦର୍ଶନ କରିବ ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି ।

ଆଜି ନାମାଙ୍କନ ଭରିବେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ । କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀ ଯୁବ ବିଜେଡି ନେତା ଶୁଭାଶିଷ ଖୁଂଟିଆ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ । ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇ ପ୍ରାର୍ଥୀ ନାମାନଙ୍କ ଭରିବେ । ଏହି ସମୟରେ ବିଜେଡିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିବେ ।

Leave A Reply

Your email address will not be published.