Latest Odisha News

BREAKING NEWS

ବରଗଡରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ବିକ୍ରି ପାଇଁ ଡିଲ୍ ବେଳେ ଜଣଙ୍କୁ ଗିରଫ କଲା ଏସଟିଏଫ୍

ବରଗଡ: ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚୋରାଚାଲାଣକାରୀ । ଡିଲ୍ ଚାଲିଥିବା ବେଳେ ମାଡିବସିଲା ଏସଟିଏଫ । ବଜ୍ରକାପ୍ତା ଚାଲାଣକାରୀଙ୍କୁ ବରଗଡ଼ ବନବିଭାଗ ସହାୟତାରେ ଗିରଫ କଲା ଏସଟିଏଫ ।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଆମ୍ବଭୋଣା-ଡୁଙ୍ଗୁରୀ ରାସ୍ତା ବୁଢିପାଲି ଛକ ନିକଟରେ ଡିଲ ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲା ଏସଟିଏଫ । ଚଢାଉ କରି ସେଠାରୁ ଏକ ଜୀବନ୍ତ ବଜ୍ରକାପ୍ତା ଓ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରିବା ସହ ଜଣେ ଚୋରା ଚାଲାଣକାରୀକୁ ଗିରଫ କରିଛି ଏସଟିଏଫ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଡୁଙ୍ଗୁରୀ ଅଞ୍ଚଳର ମିଲୁ ମିଞ୍ଜଙ୍କ ପୁଅ ଜଗଦିସ୍ ମିଞ୍ଜ । ଏସଟିଏଫ୍ ତାକୁ ଗିରଫ କରି ବରଗଡ ବନ ବିଭାଗକୁ ହସ୍ତାନ୍ତର କରିଛି। ବନ ବିଭାଗ ଏହାକୁ ନେଇ ଏକ ମାମଲା ରୁଜୁ କରିବା ସହ ଦଫା ୩୭୯/୪୧୧ ଆଇପିସିଆରଡବ୍ଲୁ ୫୧ ବନ୍ୟ ଜନ୍ତୁ ସଂରକ୍ଷଣ ଆଇନ ୧୯୭୨ ରେ ଅଭିଯୁକ୍ତକୁ ଗିରଫ କରି ବରଗଡ ଏସଡିଜେମ୍ କୋର୍ଟରେ ହାଜର କରାଯିବ ।

ସୂଚନା ଅନୁସାରେ, ବିଲୁପ୍ତ ପ୍ରାୟ ଥିବା ଏହି ବଜ୍ରାକପ୍ତା ଅନେକ ସ୍ଥାନରେ ବେଳେ ବେଳେ ନଜରକୁ ଆସିଥାଏ। କିନ୍ତୁ ରାଜ୍ୟରେ ଏହା ଭରପୁର ସଂଖ୍ୟାରେ ଥିବାବେଳେ ଏବେ ଏହାର ବେଆଇନ୍ ଶିକାର ଓ ଚାଲାଣ ପାଇଁ ଏହା ଏବେ ବିଲୁପ୍ତ ହେବାରେ ଲାଗିଛି। ତେଣୁ ଏହା ଉପରେ ବନ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

Leave A Reply

Your email address will not be published.