ଦେବୀ
ପ୍ରଜ୍ଞାଶ୍ରୀ ରଥ
ତମଠାରୁ ଶିଖି ନେଇଛି ଧର୍ନୁବିଦ୍ୟା
ମାଗି ନେଇଚି ଦୃଷ୍ଟି
ଏବଂ ସୂଚୀଭେଦ୍ୟ ଅନ୍ଧାର…
ତୀର ଚାଳନା କରିବାର ଅଭ୍ୟାସ ମୋର
ବହୁଦିନର…
ପ୍ରତିଥର ଲକ୍ଷ୍ୟସ୍ଥଳ ତମର ହୃଦୟ
ପ୍ରତିଥର ବିଜୟ ଉଲ୍ଲାସ ପରେ
ମୁଁ ନିଜେ ହିଁ ଲହୁଲୁହାଣ…
ମୋର କ୍ଷତମାନଙ୍କ ପ୍ରତି ତମର ଦରଦ!
ନିଆଁର ଦୁର୍ଗ ପାଖରେ ଜଉର ଶବ୍ଦ!
ମତେ ତରଳାଇବାକୁ ଚାହଁ?
ଏଇ ମେରୁ ପର୍ବତର ଇଲାକାରେ
ମୋର କେହି ଜଣେ ହେଲେ ପ୍ରତିଦ୍ୱନ୍ଦ୍ୱୀ ନାହିଁ…
ମୁଁ ମୋର ସଂଘର୍ଷମାନଙ୍କୁ ଲଢିଚି
ଅସ୍ତ୍ରଶୂନ୍ୟ ହେଇ…
କହିପାରିବି ନାହିଁ କାହାର ସାମର୍ଥ୍ୟରେ
ଗଢାହୁଏ ବଧଭୂମି
ମୁଁ ତ ପ୍ରତିଥର
ଉଠିଆସିଚି ମୃତ୍ୟୁପରେ…
ମୋର ଆଉ ଥରେ ହେଲେ
ମରିବାର ନାହିଁ…