ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ଜେଲରେ ବୁଧବାର ସକାଳେ ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ଘଟିଛି।
ମୃତକଙ୍କ ନାମ ପାଗୁଲୁ ଖଣ୍ଡେଇ ଏବଂ ତା’ ଘର ନୀଳଗିରି ଅଞ୍ଚଳର ନୂଆସାହି ବୋଲି ଜଣାପଡିଛି।
ମିଳିଥିବା ସୂଚନାନୁଯାୟୀ ପାଗୁଲୁ ଅବକାରୀ ମାମଲାରେ ଗିରଫ ହୋଇଥିଲା । ପରବର୍ତ୍ତୀ ସମୟରେ ଉକ୍ତ ମାମଲା ଅଦାଲତରେ ବିଚାରାଧିନ ରହିଥିଲା ।
ତେବେ ଏନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ବ୍ୟବଚ୍ଛେଦ ପରେ ଯାଇ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।