Latest Odisha News

BREAKING NEWS

କ୍ଷତି ପୂରଣ ଦାବିରେ ମୃତ ଦେହ ରଖି ଧାରଣା

ପାରାଦୀପ: କ୍ଷତି ପୂରଣ ଦାବିରେ ଧାରଣା । ପାରାଦୀପ ତୈଳ ବିଶୋଧନାଗାରରେ କାର୍ଯ୍ୟରତ ଶ୍ରମିକର ମୃତ୍ୟୁ । କ୍ଷତି ପୁରଣ ଦାବିରେ ପରିବାର ଓ ସାଥୀ ଶ୍ରମିକ ସଂଘ ବିଶୋଧାନାଗାର ଫାଟକ ସମ୍ମୁଖରେ ମୃତ ଦେହ ରଖି ଧାରଣା ଦେଇଛନ୍ତି । ମୃତକଙ୍କ ପରିବାରକୁ ନଗଦ ୨୦ ଲକ୍ଷ ଟଙ୍କା ଓ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ଦେବା ପାଇଁ ଦାବି କରି ପରିବାର ଲୋକେ ଧାରଣାରେ ବସିଛନ୍ତି । ଦୀର୍ଘ ୧୨ ବର୍ଷ ଧରି ଶ୍ରମିକ ଜଣକ ତୈଳ ବିଶୋଧନାଗାରରେ କାର୍ଯ୍ୟ କରୁଥିଲେ ହେଲେ କାର୍ଯ୍ୟ ସ୍ଥଳରେ ଦୁର୍ଘଟଣାର ଶିକାର ହୋଇ ତାଙ୍କର ମୃତ୍ୟୁ ହୋଇଯାଇଛି ।

ମୃତକ ଜଣକ ହେଲେ ଅଭୟଚାନ୍ଦପୁର ଥାନା ବଗଦିଆ ଗାଁ ର ବିପିନୀ ବିହାରୀ ମଲ୍ଲିକ । ସେ ବିଶୋଧନାଗାରର ଜଳ ବିଶୋଧନା କେନ୍ଦ୍ରରେ କୋଲକାତା ଟ୍ୟୁବ ନାମକ ଠିକା ସଂସ୍ଥା ଅଧିନରେ କାମ କରୁଥିଲେ । ବିପିନୀ ଗତ ମଙ୍ଗଳବାର ଦିନ କାଯ୍ୟକରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ପ୍ରଥମେ ତାଙ୍କୁ କୁଜଙ୍ଗ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରି କଟକସ୍ଥିତ ଏସ.ସି. ବି ମେଡିକାଲକୁ ସ୍ଥାନାନ୍ତରିତ କରାଗଲା । ଗତକାଲି ବିଳମ୍ବିତ ରାତିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Comments are closed.