ଭୁବନେଶ୍ୱର: ଆସନ୍ତାକାଲି ସକାଳ ୭ଟାରେ ଓଡ଼ିଶାରେ ସରୁଛି ଲକଡାଉନ୍ । ଆଜି ଆସିବ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ । ପର୍ୟ୍ୟାୟକ୍ରମେ ଅନଲକ୍ ଘୋଷଣା କରିପାରନ୍ତି ସରକାର । କେଉଁ ଜିଲ୍ଲା ଅନଲକ୍ ହେବ ? କେଉଁ ଜିଲ୍ଲାରୁ ଖୋଲିବ ନାହିଁ ତାଲା ? ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି । ବିଶେଷଜ୍ଞଙ୍କ ମତରେ ସଂକ୍ରମଣ ହାର ୫ ପ୍ରତିଶତରୁ କମ୍ ଓ ଆକ୍ଟିଭ୍ କେସ୍ କମ୍ ଥିବା ଜିଲ୍ଲାରେ କଟକଣା କୋହଳ କରିପାରନ୍ତି ସରକାର ।
୧୦ ଗ୍ରୀନ୍ ଜୋନ୍ ଜିଲ୍ଲାରେ କଣ ହେବ ?
ଏମିତି ଦେଖିଲେ ଉଭୟ ଆକ୍ଚିଭ୍ ଓ ପଜିଟିଭିଟିରେ ୧୦ ଜିଲ୍ଲା ଝାରସୁଗୁଡ଼ା, ସମ୍ୱଲପୁର, ସୋନପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଗ୍ରୀନ୍ ଜୋନରେ ଆସୁଛି । ଏସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ହଜାରେ ଭିତରେ ଓ ପଜିଟିଭ୍ ହାର ୫ ପ୍ରତିଶତରୁ କମ୍ । ଏସବୁ ଜିଲ୍ଲା ପାଇଁ କଣ ନିଷ୍ପତ୍ତି ଆସିବା ଅପେକ୍ଷା ରହିଛି ।

ରେଡ୍ ଜୋନ୍ ଜିଲ୍ଲାରୁ ଖୋଲି ନପାରେ ତାଲା
ସେହିପରି ଆକ୍ଟିଭ୍ କେସ୍ ଓ ପଜିଟିଭିଟିରେ ରେଡ୍ ଜୋନରେ ଥିବା ଜିଲ୍ଲାରେ ଖୋଲି ନପାରେ ତାଲା । ଅର୍ଥାତ୍ ଯେଉଁଠି ସଂକ୍ରମଣ ହାର ଅଧିକ ସେଠାରେ କଟକଣା କୋହଳ ହୋଇ ନପାରେ । ଏହି ତାଲିକାରେ ଅଛନ୍ତି ୪ଜିଲ୍ଲା ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର । ଯାଜପୁର ଓ ବାଲେଶ୍ୱରରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି । କଟକ ଓ ବାଲେଶ୍ୱରରେ ୮ପ୍ରତିଶତରୁ ଅଧିକ ରହିଛି ।
ବଳବତ୍ତର ରହିପାରେ ନାଇଟ୍ କର୍ଫ୍ୟୁ
ବିଶେଷଜ୍ଞଙ୍କ ମତରେ ଅନଲକ୍ ହେବାକୁ ଥିବା ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ୍ ବଳବତ୍ତର ରହିପାରେ । ସେହିପରି ଅଧିକ ଭିଡ଼ ହେଉଥିବା ସ୍ଥାନ ଯଥା ମନ୍ଦିର, ମଲ୍, ସିନେମା ହଲ୍, ପାର୍କ, ଜିମ୍ ଆଦି ଖୋଲି ନପାରେ । ଧାର୍ମିକ, ସାମାଜିକ, ରାଜନୈତିକ, ସାଂସ୍କୃତିକ ସମାବେଶକୁ ମିଳିବନି ଅନୁମତି । ବିବାହ ଓ ଅନ୍ତ୍ୟେଷ୍ଟି କଟକଣା ବଳବତ୍ତର ରହିପାରେ । ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ଲକଡାଉନ୍ କଟକଣା କୋହଳ କରିପାରନ୍ତି ସରକାର ।
BREAKING NEWS
- ବାହାର ରାଜ୍ୟର ଧାନ ଗାଡି ଉପରେ ନଜର, ବିଭିନ୍ନ ଜିଲ୍ଲାରେ ଏନଫୋର୍ସମେଣ୍ଟ ଟିମ ନିଯୁକ୍ତ
- “ଓଡ଼ିଶାର ସର୍ବବୃହତ ଆଉଟଲାଇନ୍ ମାନଚିତ୍ର” ସୃଷ୍ଟି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ କଲା ସରକାରୀ ପଲିଟେକ୍ନିକ୍ କଲେଜ
- ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ, କହିଲେ କଥା ଦେଇ, କଥା ରଖିଲି…
- ଧାନ ଇନପୁଟ୍ ସହାୟତା ଚାଷୀଙ୍କ ମନୋବଳ ବଢ଼ାଇଛି, ଚାଷ ପ୍ରତି ଆଗ୍ରହ ବଢ଼ିଛି-ମୁଖ୍ୟମନ୍ତ୍ରୀ
- ବିଆଇପିଏଫ୍ ପକ୍ଷରୁ ପ୍ରଫେସର୍ ଘନଶ୍ୟାମ ଦାଶ ଛାତ୍ରବୃତ୍ତି ୨୦୨୫-୨୬ ର ବିଜେତା ସମ୍ମାନିତ
- Maoist Free: ମାର୍ଚ୍ଚ ସୁଦ୍ଧା ମାଓମୁକ୍ତ ହେବ ଓଡ଼ିଶା: ଏଡିଜି
- ଥାଇଲାଣ୍ଡରେ ୩୦ ବର୍ଷ ପରେ ଦେଖିବାକୁ ମିଳିଲା ବିଲୁପ୍ତ ପ୍ରାୟ ପ୍ରାଣୀ
- ବାଂଲାଦେଶର ସବୁଠାରୁ ଧନୀ ଏହି ବ୍ୟକ୍ତି, ମୁକେଶ ଅମ୍ୱାନୀଙ୍କ ତୁଳନାରେ ଏତେ…
- BSNLର ଧମାକା ! ୨୨୫ ଟଙ୍କାରେ ମିଳିବ ପୂରା ୯୦ ଜିବି ଡାଟା, ଏହି ଦିନ ଅଫରର ଲାଷ୍ଟ ଡେଟ୍
- Sitakund: ପିକନିକ୍ ପାଲଟିଲା ଶେଷ ଯାତ୍ରା;ସୀତାକୁଣ୍ଡରେ ବୁଡ଼ିଗଲେ ୨ ଭାଇ
Comments are closed.